କନେଷ୍ଟବଳ ଚାକିରୀ ପାଇଁ ଇଚ୍ଛୁକ ଅଛନ୍ତି କି ? ବାହାରିଯାଇଛି ବିଜ୍ଞପ୍ତି,ଜାଣନ୍ତୁ କିଭଳି କରିବେ ଆବେଦନ । 

3

ପୋଲିସ୍ ଚାକିରୀରେ ଆବେଦନ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । କର୍ଣ୍ଣାଟକ ଷ୍ଟେଟ୍ ପୋଲିସ୍ ତାରଫରୁ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଯଦି ଆପଣ ବି ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଆପଣ ଯୋଗ୍ୟ ଅଟନ୍ତି ତେବେ ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରନ୍ତୁ ।

ବିବରଣୀ : 

ଏହି ପଦବୀରେ ୫୧୭ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ଏବଂ ଗ୍ରେଡ୍ ଆଧାରରେ ପ୍ରାର୍ଥୀଙ୍କୁ ପେ-ସ୍କେଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

ଯୋଗ୍ୟତା : 

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଏସଏସଏଲସି ପାଠପଢାର ଆବଶ୍ୟକ ରହିଛି । ଏହାସହ ଉପଯୁକ୍ତ ପ୍ରାର୍ଥୀଙ୍କ ଫିଜିକାଲ୍ ଟେଷ୍ଟ ମଧ୍ୟ କରାଯିବ ।

ବୟସ ସୀମା :

ଏହି ଚାକିରୀରେ ୧୮ ରୁ ୨୫ ବର୍ଷୀୟ ପ୍ରାର୍ଥୀ ଆବେଦନ କରିପାରିବେ ଏବଂ ଏସସି,ଏସଟି ପ୍ରାର୍ଥୀଙ୍କୁ ୨ ବର୍ଷ ଏବଂ ଆଦିବାସୀ ବର୍ଗଙ୍କୁ ୫ ବର୍ଷ ଅଧିକ ସମୟ ଦିଆଯାଇଛି ।

ଆବେଦନ ଫିସ୍ : 

ଆବେଦନ କରିବା ପାଇଁ ଜେନେରାଲ୍ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଏବଂ ଏସସି,ଏସଟି ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଫିସ୍ ରହିଛି ।

କିଭଳି ହେବ ଚୟନ ପ୍ରକ୍ରିୟା :

ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା,ଶାରୀରିକ ପରୀକ୍ଷା ଅଧାରରେ କରାଯିବ । ଅନ୍ତିମ ତାରିଖ : ୨୪ ଅଗଷ୍ଟ ୨୦୧୮ ।

Comments are closed.