ସରକାରଙ୍କୁ ପୁଲିସ ସଂଘର ଚେତାବନୀ : କନ୍ଧମାଳ ଏନକାଉଂଟର ଘଟଣାରେ ଯବାନଙ୍କ ସପକ୍ଷ ନେଇଛି ପୁଲିସ ସଂଘ

25

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଏନକାଉଂଟର ମାମଲାରେ ଯବାନଙ୍କ ସପକ୍ଷ ନେଇଛି ପୁଲିସ ସଂଘ । କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ସଂଘ ଚେତାବନୀ ଦେଇଛି । ବିନା ତଦନ୍ତରେ ଯବାନଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ । ଏହା ଯବାନଙ୍କ ମନୋବଳକୁ ଭାଙ୍ଗୁଛି, ନିନ୍ଦା ଧାରା ଜାରି ରହିଲେ ଭବିଷ୍ୟତରେ ଯବାନଙ୍କ ଉପରେ ଖରାପ ପ୍ରଭାବ ପଡିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯଦି ଯବାନଙ୍କ ବିରୋଧରେ ତଦନ୍ତ ବିନା କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଧର୍ମଘଟ କରାଯିବ ବୋଲି ସଂଘ କହିଛି ।