ଗୋଟିଏ ଟ୍ୱିଟ, ଆଉ ବଞ୍ଚିଗଲା ୨୬ ନିରିହ ନାବାଳିକାଙ୍କ ଜୀବନ ! ଅପହରଣ ହେଉଥିବା ସନ୍ଦେହ କଲା ପୋଲିସ ।

63

ଏବେ କିଛି ଗୁଜବକୁ ନେଇ ସୋସିଆଲ ମିଡିଆ ବଦନାମ ହେଉଥିବା ବେଳେ ସୋସିଆଲ ମିଡିଆ ଦ୍ୱାରା ୨୬ ଜଣ ଝିଅଙ୍କ ଜୀବନ ବଞ୍ଚିଥିବା ଘଟଣା ସୋସିଆଲ ମିଡିଆକୁ ପୁଣିଥରେ ଲୋକ ପ୍ରିୟ ବନାଇଦେଇଛି । ନରକଟିଆଗଂଜ ଠାରୁ ଇଦଗାହ ଅଭିମୁଖେ ଯାତ୍ରା କରୁଥିବା ମୁଜ୍ଜଫରପୁର ବାନ୍ଦ୍ରା ଏକ୍ସେପ୍ରେସରୁ ୨୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ଜିଆରପି ଏବଂ ଆରପିଏଫର ଏକ ମିଳିତ ଟିମ୍ । ନାବାଳିକା ମାନଙ୍କୁ ଉଦ୍ଧାର କରିବା ସହ ୨୨ ବର୍ଷିୟ ଏବଂ ୫୫ ବର୍ଷିୟ ଦୁଇ ପୁରୁଷଙ୍କୁ ପୋଲିସ ଗିରଫ କରିଛି । ଏବେ ପୋଲିସ ଉଦ୍ଧାର କରାଯାଇଥିବା ୨୬ ଜଣ ଝିଅଙ୍କ ଠିକଣା ଖୋଜିପାଇବା ସହ ଏହି ଘଟଣାର ପ୍ରକୃତ ଉଦ୍ଦେଶ୍ୟ କଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଆଦର୍ଶ ଶ୍ରୀବାସ୍ତବ ନାମକ ଜଣେ ଲୋକ ସେହି ଟ୍ରେନରେ ଯାତ୍ରା କରୁଥିଲେ, ଯେଉଁଥିରେ ୨୬ ଜଣ ନାବାଳିକା ରହିଥିଲେ । ଟ୍ରେନରେ ଝିଅମାନଙ୍କୁ କାନ୍ଦୁଥିବାର ଦେଖି ଆଦର୍ଶ ଶ୍ରୀବାସ୍ତବ ସଂକାରେ ପଡିଯାଇଥିଲେ । ସେ ହଠାତ କିଛି ବୁଝିପାରିନଥିଲେ । କିଛି ସମୟ ଝିଅ ମାନଙ୍କ ବ୍ୟବହାରକୁ ଅନୁଧ୍ୟାନ କରିବା ପରେ ତାଙ୍କୁ କିଛି କଥା ସନ୍ଦେହ ଘେରରେ ପକାଇ ଦେଇଥିଲା । ଝିଅମାନେ କାନ୍ଦୁଥିବାର ଦେଖି ଶ୍ରୀବାସ୍ତବ ରେଳ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରୀଙ୍କୁ ଏକ ଟ୍ୱିଟ ଜରିଆରେ ସମସ୍ତ ଘଟଣାକୁ ଅବଗତ କରାଇଥିଲେ । ସେ ଟ୍ୱିଟ ଜରିଆରେ ଲେଖିଥିଲେ ଅବଧ ଏକ୍ସପ୍ରେସର ଏସ-୫ କୋଚରେ କିଛି ଝିଅ ଯାତ୍ରା କରୁଛନ୍ତି । କିନ୍ତୁ ଝିଅମାନେ ନିଜ ଇଚ୍ଛାରେ ଯାତ୍ରା କରୁଥିବା ଭଳି ତାଙ୍କ ସ୍ୱଭାବରୁ ଲାଗୁନାହିଁ । ଝିଅମାନେ ନିଜକୁ ଅସୁରକ୍ଷିତ ମନେକରି କାନ୍ଦୁଛନ୍ତିି । ତେଣୁ ଆପଣ ତୁରନ୍ତ ଏହାର ଯାଞ୍ଚ କରନ୍ତୁ । ଏହିଭଳି ଭାବେ ଶ୍ରୀବାସ୍ତକ ଟ୍ୱିଟ ଜରିଆରେ ରେଲବିଭାଗକୁ ଅବଗତ କରାଇଥିଲେ ।

ରେଳବାଇ ପ୍ରବକ୍ତାଙ୍କ କହିବା ଅନୁସାରେ, ସୋସିଆଲ ମିଡିଆରୁ ଏହି ଘଟଣାର ସୂଚନା ମିଳିବାର ଅଧ ଘଣ୍ଟା ମଧ୍ୟରେ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଗୋରଖପୁର ଜିଆରପି ଏବଂ ଆରପିଏଫର ଦୁଇ ଯବାନ ସାଧା ପୋଷାକରେ ଟ୍ରେନ ଭିତରକୁ ପ୍ରବେଶ କରିଥିଲେ । ଟ୍ରେନ ଭିତରକୁ ପ୍ରବେଶ କରିବା ପରେ ଜିଆରପି ଏବଂ ଆରପିଏଫ ଟିମ୍ ୨୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦୁଇ ଯୁବକଙ୍କୁ ଗିରଫ କରିଛି । ଏବେ ପୋଲିସ ନାବାଳିକାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଅବିଭାବଙ୍କ ହାତରେ ଟେକି ଦେଇ ଗିରଫ ହୋଇଥିବା ଦୁଇ ଯୁବକଙ୍କୁ ଏହି ଘଟଣା ସଂବନ୍ଧରେ ପଚାରା ଉଚରା ଜାରି ରଖିଛି ।