ବାରିପଦାର ବର୍ବରତା ! ପୁଲିସ୍ ମାନିଲା ସତ . . କହିଲା, ଗୁଜବ ନେଲା ମହିଳାଙ୍କ ଜୀବନ

39

କନକ ବ୍ୟୁରୋ : ବାରିପଦାର ବର୍ବରତା ନେଇ ମୁହଁ ଖୋଲିଲା ପୁଲିସ୍ । ଗୁଜବକୁ ନେଇ ଅସହାୟ ମହିଳାଙ୍କୁ ଶହ ଶହ ଲୋକ ପିଟିପିଟି ମାରିଥିବା ସ୍ୱୀକାର କରିଛନ୍ତି ସଦର ଏସଡିପିଓ ଅଭିମନ୍ୟୁ ନାୟକ । ବରିପଦା ବାଙ୍ଗିରିପୋଷି ଗାଁର ଦୋମୁହାଁଣ ଗାଁରେ ପିଲା ଚୋରୀର ଗୁଜବ ହେବା ପରେ ଏହି ମହିଳାଙ୍କୁ ସାରା ରାତି ବାନ୍ଧି ରଖିଥିବା ସେ ସ୍ୱୀକାର କରିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ । ହେଲେ ପୁଲିସ କର୍ମଚାରୀ ଅଭାବ ଥିବା ଦର୍ଶାଇ ଘଟଣାକୁ ହାଲୁକା ଭାବେ ନେଇଥିଲା । ଯାହା ଉପରେ ପ୍ରତିକ୍ରିୟା ରଖି ଏସଡିପିଓ କହିଛନ୍ତି-ଏଭଳି ଖବରର ସତ୍ୟତା ଥିଲେ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ସହ ପଢନ୍ତୁ ଜଙ୍ଗଲୀ ନ୍ୟାୟ ! ଗୁଜବ ଆଧାରରେ ଅସହାୟ ମହିଳାଙ୍କୁ ପିଟିପିଟି ମାରିଦେଲେ ଲୋକେ