ଦୁଷ୍କର୍ମ ପୀଡିତା ପୋଲିସକୁ ମାଗିବାକୁ ଯାଇଥିଲେ ନ୍ୟାୟ : ହେଲେ ପୋଲିସ ପୁଣି ଥରେ ପୀଡିତାଙ୍କୁ କଲା ଦୁଷ୍କର୍ମ

ଦେଶରେ ବଢିବାରେ ଲାଗିଛି ଦୁଷ୍କର୍ମ ଭଳି ମାମଲା

281

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ବଢିବାରେ ଲାଗିଛି ଦୁଷ୍କର୍ମ ଭଳି ମାମଲା । ପ୍ରତ୍ୟେକ ସମୟରେ ଦେଶରେ କେଉଁଠାରେ ନା କେଉଁଠାରେ ଏପରି ମାମଲା ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଦେଶରେ ପ୍ରତ୍ୟେକ ଦିନ ୫ ରୁ ଅଧିକ ମାମଲା ଋୁଜୁ ହେଉଛି । ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ସାରା ଦେଶକୁ ଦୋହଲାଇ ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଜଣେ ପୁଲିସ ଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଫେରାର୍ ହୋଇ ଯାଇଛନ୍ତି।

 

କୋନଗାଓଁ ଥାନାର ରୋହନ ଗଂଜେଇ ନାମକ ଜଣେ ପୁଲିସ ଗତ ଏକବର୍ଷ ହେବ ଜଣେ ୨୬ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାର ତଦନ୍ତ କରୁଥିବାବେଳେ ସେ ନିଜେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ରୋହନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ରୋହନ ଏବେ ଫେରାର୍ ଅଛନ୍ତି। ସୂଚନାନୁଯାୟୀ, ଦୁଷ୍କର୍ମ ପୀଡ଼ିତାଙ୍କ ଏଫଆଇଆରରେ ପୁଲିସ ଜାଣିଶୁଣି ତାଙ୍କ ବୟଫ୍ରେଣ୍ଡଙ୍କ ନାମ ରଖିଥିଲା। ତେବେ ପୀଡ଼ିତା ତାଙ୍କ ବୟଫ୍ରେଣ୍ଡଙ୍କ ନାମ ହଟାଇବାକୁ ଚାହିବାରୁ ପୁଲିସ ତାଙ୍କୁ ବ୍ଲାକମେଲ୍ ଆରମ୍ଭ କରିଥିଲା ଏବଂ ଦୁଷ୍କର୍ମ କରିଥିଲା।