ରାଜଧାନୀରେ ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ : ନିର୍ବାଚନକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛାନଭିନ୍ । ଗାଡି ମଟର ଯାଂଚ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ

109

କନକ ବ୍ୟୁରୋ : ରାଜ୍ୟରେ ନିର୍ବାଚନ ତାତି ବହୁଛି । ଏହାରି ଭିତରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ । ଏହି କ୍ରମରେ ରାଜଧାନୀରେ ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ । ନିର୍ବାଚନକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛାନଭିନ୍ କରିଛି କମିସନରେଟ ପୁଲିସର ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ । ଗାଡି ମଟରକୁ ତନତନ କରି ଯାଂଚ କରାଯାଇଛି । ଆସନ୍ତା ୨୩ ତାରିଖ ତଥା ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଓ ବିଭିନ୍ନ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ତେବେ ଆହୁରି ତିନିଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନକରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଗାଡ଼ି ଯାଂଚ କରୁଛନ୍ତି । ଏହି ସମୟରେ ପୁରୀର କାକଟପୁର ଅଂଚଳରୁ ଜବତ ହୋଇଛି ୧୬ଲକ୍ଷ ୭୦ହଜାର ଟଙ୍କା ।