କୋରାପୁଟ ବୋରିଗୁମ୍ମାରେ ଜୁଆ ଆଡ୍ଡା ଉପରେ ଚଢଉ : ପୁଲିସକୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ

31

କୋରାପୁଟ: କୋରାପୁଟ ବୋରିଗୁମ୍ମାରେ ଜୁଆ ଆଡ୍ଡା ଉପରେ ଚଢଉବେଳେ ପୁଲିସକୁ ଆକ୍ରମଣ । ଗତକାଲି ବିଳମ୍ବିତ ରାତିରେ ଚଢଉ ବେଳେ ୧୫ଜଣ ପୁଲିସ କର୍ମୀଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବା ଜଣାପଡିଛି । ସେହିପରି ପୁଲିସ ସାଙ୍ଗରେ ନେଇଥିବା ଏକ ବୋଲେରୋ ଓ ଟାଟା ସୁମୋ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଗ୍ରାମବାସୀ ।

ଗୁମୁରି ଗାଁରେ ଏହି ଜୁଆ ଆଡ୍ଡା ଚାଲିଥିଲା । ଖବର ପାଇ ପୁଲିସ ପହଂଚିଥିବାବେଳେ ୧୦୦ରୁ ଅଧିକ ଗ୍ରାମବାସୀ ପୁଲିସକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ବୋରିଗୁମ୍ମା ଏସଡିପିଓ, ଆମ୍ବାଗୁଡା ଥାନା ଅଧିକାରୀ ଓ ଜୟପୁର ଟାଉନ ଥାନା ଅଧିକାରୀଙ୍କୁ ମାଡ ହୋଇଛି ।