ଜନପଥରେ ଥିବା ସୋଲାନ ଇନ ବାରରେ ପୁଲିସର ରେଡ : ଲାଇସେନ୍ସ କଣ୍ଡିସନ ଉଲଂଘନ କରି ଚାଲୁଥିଲା ବେଆଇନ ବାରଡ୍ୟାନ୍ସ

27

img-20161006-wa0003କନକ ବ୍ୟୁରୋ : ଜନପଥରେ ଥିବା ସୋଲାନ ଇନ ବାରରେ ବୁଧବାର ରାତିରେ ପୁଲିସ ରେଡ କରି ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ବୁଧବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାରରେ ଡ୍ୟାନ୍ସ ଚାଲୁଥିବା ଖବର ପାଇଁ ଖାରବେଳନଗର ଥାନା ଚଢ଼ଉ କରିଥିଲା ।

ସୋଲାନ ଇନ ବାର ଲାଇସେନ୍ସ କଣ୍ଡିସନ ଉଲଂଘନ କରି ଏଭଳି ବେଆଇନ ବାରଡ୍ୟାନ୍ସ ଚଲାଉଥିବା ଜଣାପଡିଛି । ତେବେ ପୁଲିସ ବାର ଭିତରୁ ୭ ଜଣ ଯୁବତୀଙ୍କୁ ଡ୍ୟାନ୍ସ କରୁଥିବା ସମୟରେ ରେଡ କରି ଥାନାକୁ ଆଣି ପଚରାଉଚରା କରି ଛାଡିଦେଇଛି । ସମସ୍ତ ଯୁବତୀ ପଶ୍ଚିମବଙ୍ଗର ହୋଇଥିବା ପୁଲିସ ସୂଚନା ଦେଇଛି । ଘଟଣାକୁ ନେଇ ପୁଲିସ ଅନୁସଂନ୍ଧାନ ଜାରି ରଖିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –