ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ! ଭୁବନେଶ୍ୱର ଓ କଟକର ବିଭିନ୍ନ ହୋଟେଲ ପ୍ୟାଲେସକୁ ସିଲ କରିଛି କମିଶନରେଟ ପୋଲିସ

45

କନକ ବ୍ୟୁରୋ : ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ଭୁବନେଶ୍ୱର ଓ କଟକର ବିଭିନ୍ନ ହୋଟେଲ ପ୍ୟାଲେସକୁ ସିଲ କରିଛି କମିଶନରେଟ ପୋଲିସ । ଟ୍ୱିନ ସିଟିର ୭ଟି ହୋଟେଲ, ବ୍ୟୁଟି ପାର୍ଲର ଓ ଘର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଦୀର୍ଘଦିନଧରି ଏହି ସ୍ଥାନଗୁଡିକରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ବାପୁଜୀ ନଗରର ହୋଟେଲ ଜନକ ପ୍ୟାଲେସ, ଅଶୋକନଗରର ହୋଟେଲ ନିର୍ମଳ ପ୍ୟାଲେସ, ମୈତ୍ରୀବିହାରର ଏକ ପ୍ଲଟ, କଟକ ରୋଡର ଖୁସବୁ ବିୟଟି ପାର୍ଲର, ଭିଏସଏସ ନଗରର ଏକ ଘର ଓ କଟକ ମଙ୍ଗଳବାଗର ଏକ ଘରକୁ ସିଲ କରିଛି ପୋଲିସ ।