ଶ୍ରମ ମନ୍ତ୍ରୀଙ୍କ ଘରେ ରେଡ୍ । ସୁଶାନ୍ତ ସିଂଙ୍କ ସୋହେଲା ସ୍ଥିତ ବାସଭବନରେ ପୁଲିସର ଚଢାଉ

35

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର ଚାଲିଥିବା ବେଳେ ଶ୍ରମ ମନ୍ତ୍ରୀଙ୍କ ଘରେ ରେଡ । ସୁଶାନ୍ତ ସିଂଙ୍କ ସୋହେଲା ସ୍ଥିତ ବାସଭବନରେ ରେଡ କରିଛି ପୁଲିସ । ତେବେ ଚଢାଉର କାରଣ ବର୍ତମାନ ଯାଏ ଜଣାପଡିନି ।

ଅନ୍ୟପଟେ, ଗତକାଲି ବିଜେପିର ବରିଷ୍ଠ ନେତା ଶିରିଶ ବହିଦାରଙ୍କ ପଦ୍ମପୁରସ୍ଥିତ ବାସଭବନରେ ପୁଲିସ୍ ଚଢ଼ଉ କରି କରିଥିଲା । ଶ୍ରୀ ବହିଦାର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାରଙ୍କ ପିତା ଅଟନ୍ତି । ଚଢ଼ଉ ବେଳେ କିଛି ନଗଦ ଟଙ୍କା ମିଳିନଥିବା ପୁଲିସ୍ କହିଥିଲା। ଦୁଇ ଦିନ ତଳେ ଜାଇଲୋ ଗାଡ଼ିରୁ ସାଢ଼େ ୪୦ ଲକ୍ଷ ମିଳିଥିଲା ।

ଏହାର ଲିଙ୍କ ଖୋଜିବା ପାଇଁ ପଦ୍ମପୁର ବିଡିଓ (ମାଜିଷ୍ଟ୍ରେଟ ଦାୟିତ୍ୱ) ମଧୁଛନ୍ଦା ସାହୁ, ଡିଏସପି ନଗେନ୍ଦ୍ର ପ୍ରସାଦ ନାୟକ, ଥାନାଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ ଚଢ଼ଉରେ ସାମିଲ ଥିଲେ । ବିଜେପୁର ନିର୍ବାଚନରେ ବିଜେଡି ହାରିବା ନିଶ୍ଚିତ। ତେଣୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ବିନା ତଥ୍ୟପ୍ରମାଣରେ ଚଢ଼ଉ କରୁଛି ବୋଲି ବିଜେପି ଯୁକ୍ତି ବାଢିଛି ।