ଆପଣ ଖାଉଥିବା ସସ୍ ନକଲି ନୁହେଁ ତ ? ଭୁବନେଶ୍ୱରୁ ଠାବ ହେଲା ନକଲି ସସ୍ କାରଖାନା, କଖାରୁରୁ ତିଆରି ହେଉଥିଲା ଟମାଟୋ, ଚିଲି ଓ ସୋୟା ସସ୍

38

କନକ ବ୍ୟୁରୋ: ଭୁବନେଶ୍ୱରରେ ନକଲି ସସ୍ କାରଖାନା ଠାବ । ଚନ୍ଦ୍ରଶେଖରପୁର ଅଂଚଳର ଏକ ବସ୍ତି ଭିତରେ କିରନ ବ୍ରାଣ୍ଡରେ ବିଭିନ୍ନ ସସ୍ ପ୍ରସ୍ତୁତ ହେଉଥିବାର ଠାବ କରିଛି ପୋଲିସ୍ । କଖାରୁରୁ ତିଆରି ହେଉଥିଲା ଟମାଟୋ, ଚିଲି ଓ ସୋୟା ସସ୍ । ଏହି ନକଲି ସସ୍ ଫ୍ୟାକ୍ଟ୍ରିର ମାଲିକ ଆରତ ସିଂଙ୍କୁ ଅଟକ ରଖି ପଚାରଉଚରା କରୁଛି ପୋଲିସ୍ । ଏହା ସହିତ କିରନ ବ୍ରାଣ୍ଡର ଷ୍ଟିକର, ବୋତଲ ଓ ଅନ୍ୟାନ୍ୟ ପ୍ୟାକିଂ ସାମଗ୍ରୀ ଜବତ କରିଛି ପୋଲିସ୍ ।