ମଦ ପାଇଁ ମହାଭାରତ । ଦୁଇ ଗୋଷ୍ଠୀ ମୁହାଁମୁହିଁ, ଲାଠିଚାର୍ଜ କଲା ପୋଲିସ । ଲୋକଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ, ୩ ଜଣ ହସ୍ପିଟାଲରେ ଭର୍ତ୍ତି ।

594

କନକ ବ୍ୟୁରୋ : ହୋଲିର ଉତ୍ସାହ ଭିତରେ ବାଲେଶ୍ୱରରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ମଦ ପିଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପହଁଚିଥିବା ପୋଲିସ ଉତ୍ତେଜନା ଦେଖି ଲାଠିମାଡ କରିଥିଲା । ଆଉ ପୋଲିସ ଉପରେ ଆକ୍ରମଣ କରିଥିଲେ ଉତ୍ୟକ୍ତ ଜନତା । ରାଜରାସ୍ତାରେ ସୃଷ୍ଟି ହୋଇଥିଲା ପୋଲିସ ବନାମ ଜନତା ସ୍ଥିତି ।

ମଦକୁ ନେଇ ମୁହାଁମୁହିଁ । ଗୋପାଳପୁରରେ ଗୋଷ୍ଠୀ ସଂଘର୍ଷ । ବିଚ୍ ରାସ୍ତାରେ ପୋଲିସ ବନାମ ଜନତା । ଲାଠିରେ ପିଟୁଛି ପୋଲିସ । ଆଉ ପୋଲିସ ଉପରକୁ ଆକ୍ରମଣ କରୁଛନ୍ତି ଉତ୍ୟକ୍ତ ଜନତା । ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ପହଁଚିଥିବା ପୋଲିସ ଉପରେ ଆକ୍ରମଣ ହେଉଛି । ଆଉ ଲୋକଙ୍କ ଅଭିଯୋଗ ହେଉଛି, ଗୋଷ୍ଠୀ ସଂଘର୍ଷ ହୋଇଥିଲା । ହେଲେ ଆପୋଷ ସମାଧାନ ଚାଲିଥିବା ବେଳେ ପୋଲିସ ଲାଠିଚାର୍ଜ କରିଛି ।

ଲାଠିଚାର୍ଜ କଲା ପୋଲିସ, ଲୋକଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ । ମଦ ଦୋକାନ ଖୋଲିବା ଦାବିରେ ଅଡି ବସିଥିଲେ ଗାଁର ଗୋଟିଏ ଗୋଷ୍ଠୀ । ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ । ଆଉ ଦୁଇ ଗୋଷ୍ଠୀର ଛକାପଂଝା ଭିତରେ ପୋଲିସ ଯେତେବେଳେ ପହଁଚିଥିଲା, ଉତ୍ତେଜିତ ଲୋକ ପୋଲିସ ଉପରେ ଓଲଟା ଆକ୍ରମଣ କରିଥିଲେ । ରାଜରାସ୍ତାରେ ସୃଷ୍ଟି ହୋଇଥିଲା ପୋଲିସ ବନାମ ପବ୍ଲିକ୍ ସ୍ଥିତି । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ ହୋଇଥିବା ବେଳେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲା ।

ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ ଅଧିକାରୀଙ୍କ ମୁଣ୍ଡ ଫାଟିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଗ୍ରାମବାସୀଙ୍କୁ ଘାରିଛି ଗିରଫ ଭୟ ।