ପାକିସ୍ତାନର ବିଭିନ୍ନ ସହରରେ ବିରୋଧର ସ୍ୱର ! ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ଟିଭିରେ ସିଧା ପ୍ରସାରଣ ବନ୍ଦ

26

କନକ ବ୍ୟୁରୋ : ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନରେ ବିରୋଧର ସ୍ୱର । ଆତଙ୍କବାଦକୁ ପ୍ରେତ୍ସାହନ ଦେଇ ସାରା ବିଶ୍ୱରେ ନିନ୍ଦିତ ହେଉଥିବା ପାକିସ୍ତାନରେ ସରକାର ବିରୋଧରେ ସ୍ୱର ଉଠାଇଛନ୍ତି ଜନତା । ପାକିସ୍ତାନର ଇସାଲାମାବାଦ ସମେତ ଅନେକ ସହରରରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ଖବର ଆସୁଛି । କରାଚୀ ଓଇସାଲାମାବାଦରେ ବତ୍ତର୍ମାନ ବି ଜାରି ରହିଛି ବିକ୍ଷୋଭ । ବିକ୍ଷୋଭାକାରୀ ଓ ପୋଲିସ ମଧ୍ୟରେ ଏନେଇ ଧସ୍ତାଧସ୍ତି ମଧ୍ୟ ସୃଷ୍ଟି ହୋଇଛି । ତେବେ ସରକାର ଟିଭିରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ସିଧା ପ୍ରସାରଣ ଉପରେ ରୋଗ ଲଗାଇଦେଇଛନ୍ତି । ସୂଚନାଯୋଗ୍ୟ ରସୁଲ ଅଲ୍ହା ନାମ ଏକ ଇସଲାମିକ ସଂଗଠନର ଏକ ନିର୍ବାଚନ ଆକ୍ଟକୁ ନେଇ ବରୋଧ କରିଥିଲେ ।

ଆଉ ଏହି କାରଣ ଯୋଗୁଁ ହେଲା ବିରୋଧ ପ୍ରଦର୍ଶନ । ତେବେ ପରେ ବିବାଦିତ ଆକ୍ଟକୁ ପରେ ହଟାଇ ଦିଆଯାଇଛି । ବରୋଧ ପ୍ରଦର୍ଶନକୁ ରୋକିବା ପାଇଁ ୮୫୦୦ ସ୍ୱତନ୍ତ୍ର ପୋଲିସ୍ ଜବାନ ନିୟୋଜିତ ହୋଇଥିଲେ । ତାଙ୍କୁ ଇଲାଇଟ୍ ପୋଲିସ୍ କୁହାଯାଏ । ତେବେ ବରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପାଖାପାଖି ୧୫୦ ଲୋକଙ୍କୁ ଗିରଫ କରିନିଆଯାଇଛି । ଏହି ବିକ୍ଷୋଭ ସମୟରେ ୬୭ ଜଣ ଆହତ ହୋଇଥିବା ଖବର ମିଳିଛି ।

ସୂଚନା ଅନୁସାରେ ଫୈଜାବାଦ ଠାରେ ୮ ନଭେମ୍ବରରୁ ଏହି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭ ରୋକିବା ପାଇଁ ଇସଲାମାବାଦ ପୋଲିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ବିକ୍ଷୋଭ ଶେଷ କରିବା ପାଇଁ ପୂର୍ବରୁ ସମୟ ସୀମା ଦିଆଯାଇଥିଲା । ବିକ୍ଷୋଭ ପ୍ରଦର୍ଶନକାରୀ ଆଇନ ମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛନ୍ତି । ସୁରକ୍ଷା ଜବାନ ମାନେ ବିଭିନ୍ନ ସ୍ଥାନରେ ଥିବା ବକ୍ଷୋଭକାରୀଙ୍କ ଟେଂଟ ହଟାଇ ଦେଇଛନ୍ତି । ଏବଂ ବିକ୍ଷୋଭକାରୀଙ୍କୁ ହଟାଇବାରେ ସଫଳ ହୋଇଛନ୍ତି । ଏହା ପର୍ବୂରୁ କୋର୍ଟ ଫୈଜାବାଦ ଖାଲି କରବା ପାଇଁ ଆଦେଶ ଦେଇଥିଲେ ।

ସୂଚନା ଅନୁସାରେ ବିକ୍ଷୋଭ ପାଇଁ ନ୍ୟାସନାଲ ଟି-୨୦ ମ୍ୟାଚକୁ ଟାଳି ଦିଆଯାଇଛି । ଆଜି ରାଓଲପିଣ୍ଡିରେ ଥିଲା ନ୍ୟାସନାଲ ଟି-୨୦ ମ୍ୟାଚ୍ । ଏବେ ଏହି ମ୍ୟାଚ୍ ରବିବାର ଦିନ ହେବ । ବିକ୍ଷୋଭରେ ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନେକ ସୁରକ୍ଷା ଅଧିଳାରୀ ମଧ୍ୟ ଆହତ ହୋଇଛନ୍ତି । ସୁଚନା ଅନୁସାରେ ପ୍ରଦର୍ଶନ ଆରମ୍ଭ ସମୟରେ ଖୁବ କମ ଲୋକ ସାମିଲ ଥିଲେ । ପରେ ବିକ୍ଷୋଭକାରୀ ବଢ଼ିବାରେ ଲାଗିଲେ । ପାକିସ୍ତାନର ଦକ୍ଷିଣ ପଶ୍ଚିମ ସହରରେ ଆଜି ଏକ ବମ୍ ବିସ୍ଫୋରଣ ହୋଇଛି, ଯେଉଁଠି ୪ ଜଣଙ୍କର ମୃତ୍ୟୁ ହୋଇଛି । ବିକ୍ଷୋଭ ପ୍ରଦର୍ଶନମାରୀ ତାଙ୍କର ଧାର୍ମିକ ଭାବନାରେ ଆଘାତ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ।