ପୁରୀ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାଂଚଳ ଡିଆଇଜିଙ୍କ ପ୍ରେସମିଟ୍ । ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ । ୨୦ ଦିନ ଭିତରେ ହେବ ଚାର୍ଜସିଟ୍

ଆଇପିସି ଧାରା ୩୬୩ ,୩୭୬ ଡି-ଏ , ୩୯୪ ରେ ମାମାଲା ରୁଜୁ : ୩ ଜଣଙ୍କୁ ଅଟକ ରଖି କରାଯାଉଛି ପଚରାଉଚରା; ନାରୀଙ୍କ ସୁରକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ

266

କନକ ବ୍ୟୁରୋ: ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କିଛି ସମୟ ପରେ କୋର୍ଟ ଚାଲାଣ କରାଯିବ । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଏନେଇ ଅଧିକ ପଚରାଉଚରା ଜାରି ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିସ ସିଂହ । ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି ପୀଡିତାଙ୍କର ଡାକ୍ତରୀମାଇନା କରଯାଇସାରିଛି । ବର୍ତମାନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକରୁ ଅଧିକ ଦଣ୍ଡ ମିଳିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି । ପୀଡିତା ନାବାଳିକା ହୋଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପକସୋ ଆଇନରେ ମାମଲା ରୁଜୁ ହୋଇଛି ।

ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମନା କରିଛନ୍ତି ଡିଆଇଜି । ସଭ୍ୟ ସମାଜରେ ଏଭଳି କୁକର୍ମକାରୀର କୌଣସି ସ୍ଥାନ ନାହିଁ ଏବଂ ଏମାନଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ । ଏଥି ସହ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ପୂର୍ବରୁ ପୋଲିସ ବିଭାଗରୁ ବହିଷ୍କୃତ ହୋଇଥିଲେ ବି ପୋଲିସ ପରିଚୟ ପତ୍ର ଦେଖାଇ ନିଜକୁ ପୋଲିସ କହୁଥିବାରୁ ତା ବିରୋଧରେ ଆଇପିସିର ଧାରା ୪୨୦ରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଡିଆଇଜି କହିଛନ୍ତି ।

 

ଗତକାଲି ନିମାପଡାରୁ ଉଠାଇ ନେଇ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । କାକଟପୁର ଅଂଚଳର ଯୁବତୀ ଭୁବନେଶ୍ୱରରୁ ଏକ ବସରେ ଘରକୁ ଫେରୁଥିବା ବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଇବା ପାଇଁ ଓହ୍ଲାଇଥିଲେ ଯୁବତୀ ଜଣକ । ତେବେ ଖାଇବା ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା । ଫଳରେ ସେ ଆଉ ଏକ ବସକୁ ଅପେକ୍ଷା କରିଥିଲେ । ମାତ୍ର ଏହି ଏହି ସମୟରେ କିଛି ଦୁବୃର୍ତ ପୋଲିସର ପରିଚୟ ଦେଇ ଯୁବତୀଙ୍କୁ କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ । ମାତ୍ର ଜୋରଜବରଦସ୍ତ ୪ଜଣ ଦୁବୃର୍ତ ଯୁବତୀଙ୍କୁ ପୁରୀ ନେଇ ଆସିଥିଲେ । ଆଉ ସେଠାରେ ଥିବା ଏକ ଘରେ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଜଣଙ୍କ କୁମ୍ଭାରପଡା ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ବହିଷ୍କୃତ ସହ ଗିରଫ କରିଛି ଏବଂ ଆଉ ଜଣେ ସହଯୋଗୀଙ୍କ ମଧ୍ୟ ବାନ୍ଧିଛି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଏନେଇ ଅଧିକ ପଚରାଉଚରା ଜାରି ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଡିଆଇଜି ।