ଯେଉଁ ଅପରାଧୀକୁ ପୋଲିସ୍ ଖୋଜୁଥିଲା, ସେ ପାଖରେ ଛିଡ଼ା ହୋଇ ହସୁଥିଲା ! କାନ୍ଥରେ ୟୁପି ପୋଲିସ ଲଗାଉଥିଲା ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର

40

ସହାରନପୁରରେ ଗତ ମେ ୫ରେ ହୋଇଥିଲା ଜାତୀୟ ସଂଘର୍ଷ । ସହାରନପୁର ନିକଟସ୍ଥ ଏକ ଗାଁ ଶବ୍ରିପୁରରେ ମହାରାଣାପ୍ରତାପ ଯାତ୍ରା ସମୟରେ ଲାଉଡ଼ସ୍ପିକର ବଜାଇବାକୁ ନେଇ ବିରୋଧ ଆରମ୍ଭ ହୋଇଥିଲା । ଯାହା ଶେଷରେ ସାଂଘାତିକ ରୂପ ନେଇଥିଲା । ଦଳିତ ଓ ଠାକୁର ସାମ୍ନାସାନ୍ନି ହୋଇଥିଲେ । ଦଳିତଙ୍କର ୨୫ଟି ଘର ଜଳେଇ ଦିଆଯାଇଥିଲା । ଠାକୁର ଜାତିର ଜଣେ ବ୍ୟକ୍ତିଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ଏନେଇ ଜାତୀୟ ସ୍ତରରେ ଅନେକ ବିବାଦ ଉଠିଥିଲା । ଅନେକ ଲୋକ ଗିରଫ ହୋଇଥିଲେ । କିଛି ଏବେ ବି ଫେରାର ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଅଭିଯୁକ୍ତ ଥିଲା ଭୀମ ଆର୍ମିର ଜାତୀୟ ଅଧ୍ୟକ୍ଷ ବିନୟ ରତନ । ୨୧ ଅପ୍ରେଲ ଦିନ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ତାଙ୍କ ମା’ ଓ ଭାଇଙ୍କ ସହ କଥାହୋଇ ବିନୟଙ୍କ ବିଷୟରେ ପଚାରିଥିଲେ ଏବଂ ଘର କାନ୍ଥରେ ଏକ କୋର୍ଟ ଅଡ଼ର ଲଗାଇଦେଲେ । ଯେଉଁଠି ଲେଖାଥିଲା ବିନୟ ରତନ ଫେରାର ଅଛି ।

ଏସବୁ ପରେ ବିନୟକୁ ଖୋରଜିବା ପାଇଁ ଘର ଘର ହୋଇ ପୋଲିବାବୁମାନେ ବିନୟକୁ ଖୋଜିଥିଲେ । ଆଉ ଏହାରି ଭିତରେ ତିଆର ହୋଇସାରିଥିଲା କିଛି ଭିଡ଼ିଓ । ତେବେ ପୋଲିସ ବାବୁମାନେ ଥାନାରେ ପହଞ୍ଚିବା ପରେ ଭିିଡ଼ିଓରେ ଯେଉଁ ପିଲାକୁ ଦେଖିଥିଲେ, ସେହ ଥିଲା ବିନୟ ରତନ । ଅର୍ଥାତ ବିନୟ ଓ ତାଙ୍କ ମା’ ପୁଲିସକୁ ମିଛି କହିଥିଲେ । ବିନୟର ଭାଇ ବୋଲି ଯାହାର ପରିଚୟ ଦିଆଯାଇଥିଲା ସେ ହିଁ ଥିଲା ବିନୟ ରତନ । ମା’ପୁଅ ପୋଇିସକ ଆଖିରେ ଧୂଳି ଦେଇଥିଲେ । ପୋଲିସକୁ ଅସଲ କଥା ଜଣାପଡ଼ିବା ପରେ ସେମାନେ ତୁରନ୍ତ ବିନୟ ଘରକୁ ଫେରିଥିଲେ । କିନ୍ତୁ ସେତେବଳେକୁ ବହୁତ ଡ଼େରି ହୋଇସାରିଥିଲା । ବିନୟ ରତନ ଘରୁ ଫେରାର ହୋଇସାରିଥିଲା ।

ଏପରି ଅଦ୍ଭୁତ ଘଟଣା ବୋଧହୁଏ ଆପଣ କେବେ ଶୁଣି ନଥିବେ । ୩୫ ବର୍ଷିୀୟ ବିନୟ ରତନକୁ ପୋଲିସ ଅନେକ ସମୟ ଧରି ଖୋଜୁଥିଲା । ପୋଲିସ ତାକୁ ଧରପାରିନତଥିଲେ । କିନ୍ତୁ ୨୩ ଏପ୍ରିଲରେ ସେ ନିଜେ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ତେବେ ଯେଉଁ ପୋଲିସ ବାବୁମାନେ ବିନୟ ଘରକୁ ଯାଇଥିଲେ ଏବେ ସେନେଇ ବିବାଦ ଉପୁଜିଛି । ଆଖି ସାମ୍ନାରେ ଦେଖି ମଧ୍ୟ କିପରି ଚିହ୍ନିପାରିଲେନି ବୋଲି ଏବେ କଥା ଉଠିଛି ।