ଉତ୍ତମ ସେବା ପାଇଁ ସାଧାରଣତନ୍ତ୍ର ଦିବସରେ ୪୪ ଜଣଙ୍କୁ ଦିଆଗଲା ପୋଲିସ ମେଡାଲ !

30

କନକ ବ୍ୟୁରୋ : ଉତ୍ତମ ସେବା ପାଇଁ ୪୪ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଫାୟାର ସର୍ଭିସ ଓ ଜେଲ ବିଭାଗ କର୍ମଚାରଙ୍କୁ ବି ସାହତସିକତା ପାଇଁ ୧୭ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି ପୋଲିସ ମେଡାଲ । ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱର ସ୍ପେଶାଲ ବ୍ରାଂଚର ଆଡିସିନାଲ ଏସ.ପି ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଦିଆଯାଇଛି ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ । ସେହିଭଳି ଉଲ୍ଲେଖନୀୟ ସେବା ଲାଗି ୮ ଜଙ୍କୁ ଦିଆଯାଇଛି ପୋଲିସ ମେଡାଲ । ତାଲିମ ପାଇଁ ୩ ଜଣଙ୍କୁ ରାଷ୍ଟ୍ରପତି ମେଡାଲ ଫର ଏକ୍ସଲେନ୍ସ ଦିଆଯାଇିଛ । ସେହିଭଳି ୧୫ ଜଣ ପାଇଛନ୍ତି ଗଭର୍ଣ୍ଣର ମେଡାଲ । ଏମାନଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ଏସପି ସଞ୍ଜୀବ ଆରୋରା , ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଏସ.ସି ଜମିର ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏହି ମେଡାଲ ପ୍ରଦାନ କରିଥିଲେ ।

ଆଜି ରାଜ୍ୟରେ ମଧ୍ୟ ବେଶ୍ ଧୁମଧାମରେ ପାଳିତ ହୋଇଛି ୬୯ ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପତାକା ଉତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ଏସ.ସି. ଜମିର ପତାକା ଉତୋଳନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ । ପତାକା ଉତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପୋଲିସ, ଅର୍ଦ୍ଧସାମରିକ ବଳ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ଏହା ସହ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ଯୋଗର ଉପାଦେୟତା ପ୍ରଦର୍ଶନ ସ୍ୱରୂପ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।