ଭୁବନେଶ୍ୱର : ଗଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

31

କନକ ବ୍ୟୁରୋ : ରାଜ୍ୟ ପୋଲିସ ଓ ଅଗ୍ନିଶମ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ଗଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟପାଳ ଏହି କୃତ୍ତି ଅଧିକାରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ଜନଜୀବନ ସୁରକ୍ଷା ଓ ମାଓବାଦୀ ଦମନରେ କାର୍ଯ୍ୟ କରିଥିବାରୁ ଏମାନେ ପାଇଛନ୍ତି ପୁରସ୍କାର ।

ଏହି ଫଟୋ ଫ୍ରେମରେ ରହିଛନ୍ତି ସାହସିକତା, ବୀରତ୍ୱ ଓ ବିଶିଷ୍ଟ ସେବାର ଜ୍ୱଳନ୍ତ ଉଦାୟରଣ । ବିଶେଷ କରି କଳାହାଣ୍ଡି ଓ ମାଲକାନଗିରି ପୋଲିସ୍ ଯେପରି ଟିମ୍ ହୋଇ ମାଓବାଦୀ ଦମନ ଦିଗରେ କାର୍ଯ୍ୟ କରିଛି, ସେ ନେଇ ଏସପିମାନଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ମିଳିଛି ସାହାସିକତା ନିମନ୍ତେ ପୋଲିସ ପଦକ । ସେହିପରି ପଛୁଆ ଅଂଚଳରେ ଉତ୍ତମ ଅଗ୍ନଶମ ସେବା ଯୋଗାଇଥିବା ଅଧିକାରୀ ବି ହେଲେ ସମ୍ମାନିତ ।

ଏହି ବୀରତ୍ୱର ଗାଥା କେବଳ ପୁରୁଷ ପୋଲିସ ଅଧିକାରୀଙ୍କ ପାଖରେ ସୀମିତ ନାହିଁ । ମାଓବାଦୀ ଅଂଚଳରେ କାର୍ଯ୍ୟ କରୁଥିବା ମହିଳା ପୋଲିସ ଉଲ୍ଲେଖନୀୟ ସେବା ଯୋଗୁ ପାଇଲେ ରାଜ୍ୟପାଳ ପୋଲିସ ପଦକ । ସେହିପରି ଟ୍ୱିନ ସିଟିରେ ଅପରାଧ ନିୟନ୍ତ୍ରଣ ଓ ଭିଆଇପିଙ୍କ ସୁରକ୍ଷାରେ ଉତ୍ସର୍ଗିକୃତ ପୋଲିସ୍ ବି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଗହଣରେ ହେଲେ ସମ୍ମାନିତ ।

ଏହି ସମାରୋହରେ ୧୬ ଜଣ ପୋଲିସ୍ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ, ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ୍ ପଦକ ଓ ୧୪ ଜଣଙ୍କୁ ରାଜ୍ୟପାଳ ପୋଲିସ ପଦକରେ ସମ୍ମାନିତ କରାଯାଇଛି ।

ଦେଖନ୍ତୁ ଏହି ଭିଡଓ :