ଛତିଶଗଡ ରାଜନନ୍ଦଗାଓଁରେ ପୁଲିସ-ମାଓବାଦୀ ମୁହାଁମୁହି । ୩ ମାଓବାଦୀ ମୃତ

133

କନକ ବ୍ୟୁରୋ : ଛତିଶଗଡ ରାଜନନ୍ଦଗାଓଁରେ ପୁଲିସ-ମାଓବାଦୀ ମୁହାଁମୁହି । ଆଜି ସକାଳୁ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ ମୃତ ମାଓବାଦୀଙ୍କ ନାଁରେ ୧୩ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ପୁଲିସ ସୂଚନା ଦେଇଛି । ଛତିଶଗଡ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ପୋଲିସ ମାଓବାଦୀଙ୍କ ନିକଟରୁ ତିନୋଟି ବନ୍ଧୁକ ଜବତ କରାଯାଇଛି । ଗୋଟିଏ ଏକେ ୪୭, ଏସଏଲଆର ଓ ଗୋଟିଏ ଇନସାନ ବନ୍ଧୁକ ସେମାନଙ୍କ ନିକଟରୁ ମିଳିଥିବା ଜଣାପଡିଛି । ମୃତମାନେ କ୍ୟାଡର ମାଓବାଦୀ ବୋଲି ଜଣାପଡିଛି ।