ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଲିସ-ମାଓବାଦୀ ମୁହାଁମୁହିଁ । ଓଡ଼ିଶା ପୁଲିସ ଓ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ମିଳିତ ଅପରେସନ । ପୁଲିସ ଏନକାଉଂଟରରେ ୧୮ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଏନକାଉଂଟରରେ ମାଓ ନେତା କମଲେଶ ଓରଫ କାନ୍ତିଙ୍କ ମୃତ୍ୟୁ ହୋଇଛି । ବିଶାଖାପାଟଣା ଏସପି ରାହୁଲ ଦେବ ଶର୍ମା ଏନେଇ ସୂଚନା ଦେଇଛନ୍ତି । ଏକେ-୪୭, ଏସଏଲଆର ବନ୍ଧୁକ ଓ ବହୁ ଗୁଳିଗୁଳା ଜବତ ହୋଇଥିବା ଏପସି ସୂଚନା ଦେଇଛନ୍ତି । ବିଚ୍ଛିନ୍ନାଂଚଳର ପଣସପୁଟ ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି ରହିଛି ।

Comments

comments