ପୋଲିସ-ଓକିଲ ବିବାଦରେ ଆଜି ହାଇକୋର୍ଟ ବାର ଆସୋସିଏସନ ଉପରେ ସମସ୍ତଙ୍କ ନଜର । ଆନ୍ଦୋଳନର କାର୍ଯ୍ୟପନ୍ଥା ନେଇ ରଣନୀତି ହେବ ସ୍ପଷ୍ଟ

ବୈଠକରେ ପୋଲିସ କମିଶନର ଓ ଡିସିପି ମଧ୍ୟ ଉପସ୍ଥିତ ଥିଲେ

78

କନକ ବ୍ୟୁରୋ : ଆଇନଜୀବୀ ଓ ପୋଲିସ ବିବାଦ ସମାଧନ ନେଇ ଗତକାଲି କଟକରେ ବସିଥିବା ବୈଠକ ଏକ ସକରାତ୍ମକ ଚର୍ଚ୍ଚା ଭିତରେ ଶେଷ ହୋଇଛି । ବୈଠକ ପରେ ହାଇକୋର୍ଟ ବାର ଆସୋସିଏସନର ସଂପାଦକ କହିଛନ୍ତି- ଆଜି ବାର ଆସୋସିଏସନର ବୈଠକରେ ଚୁଡାନ୍ତ ନିଷ୍ପତି ହେବ । ସେହିପରି ଆନ୍ଦୋଳନରୁ ଓହରିଯିବା ପାଇଁ ଆଇନଜୀବୀଙ୍କୁ ନିବେଦନ କରିଥିବା ସୂଚନା ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଆର୍ପି ଶର୍ମା । ଏହି ଆଲୋଚନା ଅତି ସୌହାଦ୍ଦ୍ୟପୂର୍ଣ୍ଣ ପରିବେଶ ଭିତରେ ହୋଇଥିଲା ଏବଂ ଆଶା କରାଯାଇଛି ଖୁବ ଶୀଘ୍ର ବିବାଦ ତୁଟିବ ବୋଲି ଡିଜିପି କହିଛନ୍ତି । ଦୀର୍ଘ ୭୦ ଦିନର ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିତରେ ଆଇନଜୀବୀ ସଂଘ ଓ ହାବିଲଦାର-କନେଷ୍ଟବଳ ସଂଘ ଏକାଠି ବସି ଆଲୋଚନା କରିଥିଲୋ ସମସ୍ୟାର ସମାଧାନ ପାଇଁ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ବୈଠକ ଡାକିଥିଲେ ।

 

ଏହି ବୈଠକରେ ପୋଲିସ କମିଶନର ଓ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ଆଇନଜୀବୀଙ୍କ ପକ୍ଷରୁ ହାଇକୋର୍ଟ ବାର ଆସୋସିଏନ୍ ସଭାପତି, ସମ୍ପାଦକ ସମେତ ବରିଷ୍ଠ କର୍ମକର୍ତା ବୈଠକରେ ସାମିଲ ହୋଇଥିବା ବେଳେ ଏପଟେ ହାବିଲଦାର-କନେଷ୍ଟବଳ ସଂଘ ସଭାପତି ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଥିଲେ । ବୈଠକ ଏକ ସରାତ୍ମକ ମୋଡ଼ ଭିତରେ ଶେଷ ହୋଇଥିବାରୁ ଆଶା କରାଯାଉଛି ଆଇନଜୀବୀ ହୁଏତ ଖୁବ୍ ଶୀଘ୍ର କାର୍ଯ୍ୟରେ ଯୋଗ ଦେଇପାରନ୍ତି ।