ପୋଲିସ ପଂଝାରେ ମୋଷ୍ଟ ୱାଟେଂଡ୍ ‘ଟିଟୋ’ : ଅପରାଧକୁ ନେଇ ପୁଲିସର ଅଧିକ ଖୋଳତାଡ, କହିଲେ, ପୁଲିସ୍ ଡିଜି ରାଜେନ୍ଦ୍ର ଶର୍ମା

27

କନକ ବ୍ୟୁରୋ : ଗାଙ୍ଗଷ୍ଟର ଟିଟୋର ଅପରାଧ ନେଇ ଅଧିକ ତଦନ୍ତ କରୁଛି ଓ ତଦନ୍ତ ପରେ ଅଧିକ ତଥ୍ୟ ପଦାକୁ ଆସିବ । ଟିଟୋର ଅନ୍ୟ କେଉଁ ଅପରାଧରେ ସମ୍ପୃକ୍ତ ସେ ନେଇ ପୁଲିସ୍ ତଦନ୍ତ ଚଳାଇଛି ବୋଲି ପୁଲିସ୍ ଡିଜି ରାଜେନ୍ଦ୍ର ଶର୍ମା କହିଛନ୍ତି । ଗତକାଲି ପୋଲିସ ପଂଝାକୁ ଆସିଛି ଗାଙ୍ଗଷ୍ଟର ଉସମାନ୍ ଅଲୀ ଓରଫ ଟିଟୋ । ଯାଜପୁର ଚଣ୍ଡିଖୋଲ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସର ଏନକାଉଂଟରରେ ଆହତ ହୋଇଥିଲା ମୋଷ୍ଟ ୱାଟେଂଡ୍ ‘ଟିଟୋ’ । ବଡ଼ଚଣା ଡାକ୍ତରଖାନାରେ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟିଟୋ ନାଁ ରେ ହତ୍ୟା, ଅପହରଣ, ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ଅନେକ ମାମଲା ରହିଛି ।

ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋକୁ ନିଜ କବଜାକୁ ନେଇଛି ପୋଲିସ । ଗ୍ୟାଙ୍ଗଷ୍ଟାର ଟିଟୋକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଂଚ ଏସଟିଏଫ ଟିମ । ଟିଟୋ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ପୋଲିସ କାବୁ କରିଥିଲା । ତେବେ ଏନକାଉଣ୍ଟରରେ ଟିଟୋ ଆହତ ହୋଇଛି । ବଡଚଣା ହସ୍ପିଟାଲରେ ଆହତ ଟିଟୋକୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଶେଖ୍ ଉସମାନ ଅଲ୍ଲୀ ଓରଫ୍ ଟିଟୋ । କିଛି ବର୍ଷ ହେଲା କେନ୍ଦ୍ରାପଡା ଓ କଟକକୁ ଥରହର କରିଆସୁଥିଲା ଏହି ଅଣ୍ଡରୱାର୍ଲ୍ଡ ଡନ୍ । କୁହାଯାଏ, ତା’ର ଗୋଟିଏ ଇସାରାରେ ହୋଇଥାଏ ବଡ଼ ବଡ଼ କ୍ରାଇମ୍ । ତାର ନାଲିଆଖିରେ ପାଟି ଫିଟେନି କାହାର । ଏହି ଦୁର୍ଦ୍ଦାନ୍ତ ଅପରାଧୀ ନାଁରେ ରହିଛି ହତ୍ୟା, ଦାଦାବଟି, ଅପହରଣ ତଥା ଟେଣ୍ଡର ଫିକ୍ସିଂ ପରି ସଙ୍ଗୀନ୍ ଅପରାଧ । କେନ୍ଦ୍ରାପଡ଼ାରୁ କୋଲକାତା ଯାଏଁ ଲମ୍ବିଥିଲା ଏହି ଗ୍ୟାଙ୍ଗଷ୍ଟରର ନେଟୱର୍କ । ଟିଟୋ ପଛରେ ପଡିଥିଲା ସାରା ରାଜ୍ୟର ପୋଲିସ । କିନ୍ତୁ ପ୍ରାୟ ୬ ବର୍ଷ ହେଲା ପୁଲିସ୍ ରେକର୍ଡରେ ଫେରାର ଥିଲା ଟିଟୋ । କେନ୍ଦ୍ରାପଡ଼ାରେ ଛୋଟ ବଡ଼ ଚୋରି, ରାହାଜାନି, ଗଣ୍ଡଗୋଳ, ମାରପିଟରୁ ଅପରାଧ ଜଗତରେ ପ୍ରବେଶ କରିଥିଲା ଟିଟୋ । ଏହା ପରେ କେନ୍ଦ୍ରାପଡ଼ାର ଦୁଇ ଗ୍ୟାଙ୍ଗଷ୍ଟର ହାଇଦର ଓ ସୁଲେମାନଙ୍କ ସହ କାମ ଆରମ୍ଭ କରିଥିଲା । ଧୀରେ ଧୀରେ ନିଜର ଗ୍ୟାଙ୍ଗ ତିଆରି କରିଥିଲା ଏହି ଅପରାଧୀ ।