ସନ୍ଦେହରେ ବିଜେପି ନେତାଙ୍କୁ ଯାଂଚ୍ କଲା ପୋଲିସ୍ ! କାଳନ୍ଦୀ ସାମଲ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ

55

କନକ ବ୍ୟୁରୋ : ବିଜେପିର ସଙ୍ଗୀନ ଅଭିଯୋଗ । ସନ୍ଦେହରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଜେପି ନେତାଙ୍କୁ ଯାଂଚ କଲା ଅନୁଗୁଳ ପୁଲିସ୍ । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଭାଗୀରଥୀ ପ୍ରଧାନ ରହୁଥିବା ପ୍ରଶାନ୍ତି ହୋଟେଲ ଉପରେ ଚଢ଼ାଉ କରିଛି ପୁଲିସ୍ । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଛେଣ୍ଡିପଦା ଓ ବଅଁରପାଳ ବ୍ଲକରେ ନିର୍ବାଚନ ହେବ । ତେଣୁ ଏହି ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ କାରବାର କରିବାକୁ ଉଭୟ ନେତା ହୋଟେଲରେ ରହିଥିବା ସନ୍ଦେହ କରିଥିଲା ପୁଲିସ୍ ।

ତେବେ ଚଢ଼ାଉ ପରେ ପୁଲିସର ସନ୍ଦେହ ମିଛ ହୋଇଥିଲା । ପୁଲିସ ଯାଂଚ କରିବା ସମୟରେ କୋ÷ଣସି ଜିନିଷ ମିଳି ନାହିଁ । କିନ୍ତୁ ପୁଲିସର ଏପରି ଚଢ଼ଉକୁ ନେଇ କିଛି ସମୟ ପାଇଁ ହୋଟେଲ ନିକଟରେ ଉତେଜନା ଦେଖା ଦେଇଥିଲା । ପୁଲିସର ଏଭଳି କାର୍ଯ୍ୟକୁ ବିଜେପି ନିନ୍ଦା କରିଛି ।