ସିଲ୍କ ସିଟିରେ ଅଣ୍ଡରୱାର୍ଲଡ୍ ଲିଙ୍କ୍ ! ଗୋପାଳପୁର ଥାନାରେ ମୁମ୍ବାଇ ପୁଲିସର ୨ ଜଣିଆ ଟିମ୍

36

କନକ ବ୍ୟୁରୋ : ଅଣ୍ଡରୱାର୍ଲଡ୍ ଲିଙ୍କ୍ ନେଇ ଛାନଭିନ୍ ପାଇଁ ଗୋପାଳପୁର ଥାନାରେ ପହଂଚିଛି ମୁମ୍ବାଇ ପୁଲିସର ୨ ଜଣିଆ ଟିମ୍ । ଏହି ଟିମ୍ ସିମ୍ ବକ୍ସ ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି । ସେପଟେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମପୁରର ଏସଡିଜେଏମ କୋର୍ଟରେ ପହଂଚିଥିଲା ଓଡିଶା କ୍ରାଇମବ୍ରାଂଚର ୫ଜଣିଆ ଟିମ୍ । ଶନିବାର ଗୋପାଳପୁର ପୁଲିସ୍ ସିମ୍ ବକ୍ସ ଉଦ୍ଧାର କରିବା ସହ ଅଣ୍ଡୱାର୍ଲଡ ଡନ୍ ଛୋଟା ରାଜନ୍ ସହ ଲିଙ୍କ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ।