ଏମିତି ପୋଲିସ ବାବୁଙ୍କୁ ଶହେ ସଲାମ । ଠିକ୍ ଭାବେ ଚାଲି ପାରୁନଥିବା ବୃଦ୍ଧା ଭୁଲି ଯାଇଥିଲେ ବାଟ, ପୋଲିସ ବାବୁ ଟେକି ନେଇ ଘରେ ଛାଡିଲେ । ଦେଖନ୍ତୁ ଭିଡିଓ ।

335

ପୂର୍ବରୁ ପୁଲିସକର୍ମୀ କିଭଳି ଜନତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି, ତାହାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିପାଇଁ ପୋଲିସଙ୍କୁ ନେଇ ଲୋକଙ୍କର ଭିନ୍ନ ଧାରଣା ରହିଛି । କିନ୍ତୁ ଏବେ ଉତ୍ତରପ୍ରଦେଶ ପୁଲିସକର୍ମୀଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି, ତାହା ନିଶ୍ଚିତ ଭାବେ ଜନତାଙ୍କ ମନରେ ପୁଲିସକର୍ମୀଙ୍କ ପାଇଁ ଥିବା ଭାବନାକୁ ବଦଳାଇବ । ଜଣେ ବୃଦ୍ଧ ମହିଳା ନିଜ ଘରକୁ ଯିବାର ବାଟ ଭୁଲି ଯାଇଥିବା ବେଳେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଟେକି ନେଇ କିଭଳି ତାଙ୍କ ଘରେ ଛାଡ଼ିଛନ୍ତି, ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ସଇଦପୁର ଷ୍ଟେସନ ଇନଚାର୍ଜ ଜୟ କିଶୋର ଅବସ୍ତି ସବୁ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କେମିତି ରହିଛି ଦେଖିବାକୁ ବାହାରିଥିଲେ । ଏହି ସମୟରେ ଠିକ୍‌ ଭାବରେ ଚାଲି ପାରୁ ନ ଥିବା ଜଣେ ବୃଦ୍ଧା ନିଜ ଘରକୁ ବାଟ ଭୁଲି ଯାଇଥିବା ଦେଖିବାକୁ ପାଇଥିଲେ ଜୟ କିଶୋର ଅବସ୍ତି । ଏହି ଦୃଶ୍ୟ ଦେଖି ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ମହିଳାଙ୍କ ପାଖରେ ପହଞ୍ଚିଥିଲେ । ମହିଳାଜଣଙ୍କ ପୁଲିସ ବାବୁଙ୍କୁ ଦେଖି କିଛି ଭୁଲ କରିଛି ବୋଲି ଭାବି କ୍ଷମା ମାଗିବା ଆରମ୍ଭ କରି ଦେଇଥିଲେ । ପରେ ଅବସ୍ତି ତାଙ୍କୁ ଶାନ୍ତ କରାଇବା ସହ ସମସ୍ୟା କ’ଣ ବୋଲି ପଚାରିଥିଲେ । ମହିଳା ନିଜର ବୟସ ୮୦ ବୋଲି କହିବା ସହ ନାଁ ଫୁଲମତି ବୋଲି କହିଥିଲେ । ଘର ପହଲବାନ ପୁର୍‌ଓ୍ଵା ଗାଁରେ ହୋଇଥିବା ବେଳେ ସେ ଗାଁକୁ ବାଟ ଭୁଲି ଯାଇଥିବା କହିଥିଲେ । ଯାହା ପରେ ଅବସ୍ତି ଫୁଲ୍‌ମତିଙ୍କୁ ନିଜ ଗାଡ଼ିରେ ବସାଇ ପହଲବାନ ପୁର୍‌ଓ୍ଵା ଗାଁରେ ପହଞ୍ଚିବା ପରେ ଗାଡ଼ିରୁ ତାଙ୍କୁ ଟେକି ନେଇ ତାଙ୍କ ଘରେ ଛାଡ଼ିଥିଲେ ପୁଲିସକର୍ମୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।