ଟ୍ରାଫିକ୍ ପୁଲିସର ଦାଦାଗିରି ! ବିନା ହେଲମେଟ୍ ସାଇକେଲ ଚଲାଇବାକୁ କେନ୍ଦ୍ର କରି ପୁଲିସ୍ କାଟିଲା ଚାଲାଣ । ଚାଳକଙ୍କ ଠାରୁ ମାଗିଲା ୨୦୦୦ ଟଙ୍କା ଜରିମାନା

50

କ’ଣ ଆପଣ କେବେ କେବେ ଶୁଣିଛନ୍ତି କି ଟ୍ରାଫିକ୍ ପୁଲିସ୍ କୈାଣସି ବି ସାଇକେଲ ଚାଳକଙ୍କ ଚାଲାଣ କାଟିଛନ୍ତି ? ଆପଣ କେବେ ଭାବି ନଥିବେ ଯେ ଟ୍ରାଫିକ୍ ପୁଲିସ୍ ସାଇକେଲ ଚାଳକଙ୍କ ଦ୍ରୁତ ଗତିରେ ସାଇକେଲ ଚଲାଇବା ଓ ହେଲମେଟ୍ ନ ପିନ୍ଧିବା ଉପରେ ଚାଲାଣ କାଟିପାରେ । କେରଳର ଏମିତି ଏକ ଘଟଣା ଆପଣଙ୍କୁ ଚକିତ କରିଦେବ । କେରଳ ପୁଲିସ୍ ଜଣେ ସାଇକେଲ ଚାଳକଙ୍କ ଆବଶ୍ୟକତା ଠାରୁ ଅଧିକ ବେଗରେ ସାଇକେଲ ଚଲାଇବା ଓ ହେଲମେଟ୍ ନ ପିନ୍ଧିବା ଉପରେ ଚାଲାଣ କାଟିଦେଲା ।

ଉତ୍ତର ପ୍ରଦେଶର ବାସିନ୍ଦା କାସିମଙ୍କୁ କେରଳର କାସରଗୋଡ୍ ଜିଲ୍ଲା କୁମ୍ବାଲା ହାଇୱେରେ ପୁଲିସ୍ ରୋକିଦେଲା । ଦ୍ରୁତ ବେଗରେ ସାଇକେଲ ଚଲାଇବାକୁ ନେଇ ପୁଲିସ୍ କାସିମଙ୍କୁ ୨ହଜାର ଟଙ୍କା ଜରିମାନା ଭରିବାକୁ କହିଲା । ଯେତେବେଳେ କାସିମ୍ କହିଲେ କି ତାଙ୍କର ଦିନିକିଆ ଆୟ ୪୦୦ ଟଙ୍କା ଓ ସେ ୨ହଜାର ଟଙ୍କାର ଜରିମାନା ଭରିପାରିବେନି । ତେବେ ପୁଲିସ୍ କାସିମ୍ ଙ୍କୁ ୫୦୦ ଟଙ୍କାର ଚାଲାଣ କାଟିଲା । ପୁଲିସ୍ ଉପରେ ଅଭିଯୋଗ ବି ଅଛି ଯେ, ସେମାନେ କାସିମ୍ ର ସାଇକେଲକୁ ପଂଚର କରିଦେଲେ ।

ପୁଲିସ୍ ତରଫରୁ କାସିମ୍ କୁ ଦିଆଯାଇଥିବା ରିସିପ୍ଟରେ ଯେଉଁ ବାହାନର ରେଜିଷ୍ଟ୍ରେସନ୍ ନମ୍ବର ଦିଆଯାଇଛି, ସେହି ନମ୍ବରରେ ଜଣେ ମହିଳାଙ୍କ ନାମରେ ସ୍କୁଟର ରେଜିଷ୍ଟର୍ଡ ହୋଇଛି । ଏହି ଘଟଣା ବିଷୟରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ । ଏହାପରେ କାସିମଙ୍କୁ ମିଳିଥିବା ସମର୍ଥନ ପରେ ଜିଲ୍ଲା ପୁଲିସ୍ ମୁଖ୍ୟ ଯାଂଚର ଆଦେଶ ଦେଇଛି ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ବି ନେଇପାରେ ।