ଧ୍ୱଂସ ହେଉଛି ଲାଲଗଡ : ମହାରାଷ୍ଟ୍ରର ଗଡଚିରୋଲୀରେ ପୋଲିସର ବଡ ଏନକାଉଂଟର, ୬ ମାଓବାଦୀ ମୃତ

33

କନକ ବ୍ୟୁରୋ : ଧ୍ୱଂସ ହେଉଛି ଲାଲଗଡ । ମହାରାଷ୍ଟ୍ରରେ ଲଗାତାର ଦ୍ୱିତୀୟ ଦିନରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଗତକାଲି ଛତିଶଗଡ ସୀମାକୁ ଲାଗିଥିବା ମହାରାଷ୍ଟ୍ରର ଗଡ ଚିରୋଲୀରେ ଏନକାଂଉଟରରେ ପ୍ରାଣ ହରାଇଛନ୍ତି ୬ ନକ୍ସଲ । ମହାରାଷ୍ଟ ପୋଲିସର ସ୍ୱତନ୍ତ୍ର ଟିମ ଏହି ଅପରେସନ କରିଥିଲା । ଏହାସହ ମହାରଷ୍ଟ୍ର ଏନକାଂଉଟରରେ ୪୮ ଘଂଟା ମଧ୍ୟରେ ୨୨ ମାଓବାଦୀ ପ୍ରାଣ ହରାଇଲେଣି । ରବିବାରଦିନ ମଧ୍ୟ ଏନକାଂଉଟରରେ ୧୭ ଜଣ ନକ୍ସଲ ନିହତ ହୋଇଥିଲେ ।

ମହାରାଷ୍ଟ୍ର ଗଡଚିରୋଲୀରେ ଲଗାତାର ତୃତୀୟ ଦିନରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଆଜି ଜଙ୍ଗଲ ଭିତରୁ ସୁରକ୍ଷାବଳ ଆଉ ୧୧ଟି ମୃତ ଦେହ ଉଦ୍ଧାର କରିଛି । ଗତକାଲି ଛତିଶଗଡ ସୀମାକୁ ଲାଗିଥିବା ମହାରାଷ୍ଟ୍ରର ଗଡ ଚିରୋଲୀରେ ଏନକାଂଉଟରରେ ୬ ନକ୍ସଲଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ଏହି ଏନକାଉଂଟରରେ କୁଖ୍ୟାତ ମାଓନେତା ନନ୍ଦୁର ମୃତ୍ୟୁ ହୋଇଥିଲା । ସେମାନଙ୍କ ନିକଟରୁ ବହୁ ସଂଖ୍ୟାରେ ଇନସାସ୍ ରାଇଫଲ ଜବତ ହୋଇଛି । ଏହା ପୂର୍ବରୁ ରବିବାର ୧୬ଜଣ ମାଓବାଦୀଙ୍କୁ ନିପାତ କରିଥିଲା ସୁରକ୍ଷାବଳ । ଏହା ସହିତ ୩୩ରେ ପହଁଚିଛି ମୃତ ମାଓବାଦୀଙ୍କ ସଂଖ୍ୟା । ଗତ ଦୁଇ ଦଶନ୍ଦି ଭିତରେ ଲାଲବାହିନୀ ବିରୋଧରେ ଏହା ସବୁଠାରୁ ବଡ ସଫଳତା ବୋଲି କୁହାଯାଉଛି । ମହାରାଷ୍ଟ ପୋଲିସର ସ୍ୱତନ୍ତ୍ର ଟିମ ଏହି ଅପରେସନ କରିଛି ।

ସୂଚନାଯୋଗ୍ୟ, ରବିବାର ଗଡଚିରୋଲୀରେ ସୁରକ୍ଷା ବଳ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଗଡଚିରୋଲୀର କସନପୁର ଅଂଚଳରେ ରବିବାର ସକାଳ ୧୧ଟାରେ ସୂଚନା ଅନୁଯାୟୀ ପୁଲିସ ନକ୍ସଲଙ୍କୁ ଖୋଜିବା ଅଭିଯାନ ଚଳାଇଥିଲା ଓ ୧୭ ନକ୍ସଲଙ୍କୁ ମାରିଥିଲେ । ଏହି ଅଭିଯାନକୁ ସି ୬୦ କମାଣ୍ଡୋ ଏବଂ ମହାରାଷ୍ଟ୍ର ପୁଲିସ ମିଶିକି ଏହାର ପରିଚାଳନା କରିଥିଲେ ।