ଗଂଜାମରେ ପୁଣି ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ବୁଚି ପାତ୍ର ଗୁରୁତର

33

କନକ ବ୍ୟୁରୋ: ଗଂଜାମରେ ପୁଣି ଏନକାଉଂଟର । ବ୍ରହ୍ମପୁର ପୋଲସରା କାକୁଡ଼ିଆ ଜଙ୍ଗଲରେ ହୋଇଛି ଏନକାଉଂଟର । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧି ବୁଚି ପାତ୍ର ଗୁରୁତର ଆହତ ହୋଇଛି । ବୁଚିର ୨ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ପୋଲସରା ମେଡ଼ିକାଲରେ ଭର୍ତି କରାଯାଇଛି । ବୁଚି ନିକଟରୁ ଗୋଟିଏ ମାଉଜର, ୨ଟି ଗୁଳି ଏବଂ ବାଇକ୍ ଜବତ କରିଛି ପୋଲିସ । ବିଭିନ୍ନ ଥାନାରେ ବୁଚି ନାଁରେ ବହୁ ଅପରାଧିକ ମାମଲା ରହିଛି ।