ଲାଲକରିଡରରେ ମୋଟର ସାଇକେଲରେ ବୁଲିଲେ ପୁଲିସ ମହାନିର୍ଦ୍ଦେଶକ ! ସୁରକ୍ଷା ବ୍ୟବସ୍ଥାର କଲେ ତଦାରଖ

21

କନକ ବ୍ୟୁରୋ : ଲାଲକରିଡର ଚିତ୍ରୋକୋଣ୍ଡା ବିଚ୍ଛିନ୍ନାଂଚଳରେ ମାଓ ମୁକାବିଲା ଚିନ୍ତା । ମାଲକାନଗିରି ବିଚ୍ଛିନ୍ନାଂଚଳର ବଡପଡା ବି.ଏସ.ଏଫ କ୍ୟାମ୍ପ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୁଲିସ ମହାନିର୍ଦେଶକ ଆର.ପି ଶର୍ମା । ବଡପଡା ଠାରୁ ମୋଟର ସାଇକେଲ ଯୋଗେ ଗୁରୁପ୍ରୀୟା ସେତୁ ନିର୍ମାଣ ସ୍ଥଳରେ ପହଂଚି ଗୁରୁପ୍ରୀୟା ସୁରକ୍ଷାରେ ମୁତୟନ ଯବାନ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁଲିସ ଡି.ଜି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ଗସ୍ତ ସାରି ଡି.ଜି.ପି ମାଲକାନଗିରି ସଦର ମହକୁମାରେ ପୁଲିସ, ବି.ଏସ.ଏଫ, ଏସ.ଓ.ଜି ଓ କୋବ୍ରା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୁଡି ଅଂଚଳରେ ମାଓ ମୁକାବିଲା ନେଇ ସ୍ୱତନ୍ତ୍ର ରଣନିତି ପ୍ରସ୍ତୁତ ହୋଇଛି । ଓଡିଶା ପୋଲିସ ଓ କୋବ୍ରା, ବି.ଏସ.ଏଫ ମଧ୍ୟରେ ସମନ୍ୱୟ ଓ ଜଏଂଟ ଅପରେସନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଡି.ଜି.ପି । ପୋଲିସ ଡି.ଜିଙ୍କ ସମେତ ଗୁଇନ୍ଦା ନିର୍ଦେଶକ, ଆଇ.ଜି କ୍ରାଇମବ୍ରାଂଚ, ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ଓ ମାଲକାନଗିରି ଏସ.ପି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଥିଲେ ।