ମାଲକାନଗିରି ଗସ୍ତ କରିଛନ୍ତି ପୁଲିସ ଡିଜି କେ.ବି.ସିଂହ ଓ ଆଇଜି ଆରପି କୋଚେ

48

କନକ ବ୍ୟୁରୋ : ମାଲକାନଗିରି ଗସ୍ତ କରିଛନ୍ତି ପୁଲିସ ଡିଜି କେ.ବି.ସିଂହ ଓ ଆଇଜି ଆରପି କୋଚେ । ମାଓସ୍ଥିତି ଓ ମାଓ ଉପଦ୍ରବ ଅଂଚଳରେ ନିର୍ବାଚନ ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି । ନିର୍ବାଚନ ନେଇ ବରିଷ୍ଠ ଅଧିକାରୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି ।

ନିର୍ବାଚନ ସୁପରିଚାଳନା ପାଇଁ ଜିଲ୍ଲାରେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବ ବୋଲି କହିଛନ୍ତି ଡିଜିପି କେ.ବି.ସିଂହ । ଏହାସହ ବିଚ୍ଛିନ୍ନାଂଚଳ ଯୋଡାଆମ୍ବ ଓ ବଡପଡା ଗାଁକୁ ମଧ୍ୟ ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ମାଓବାଦୀଙ୍କ ଧମକ ଯୋଗୁଁ ୧୯ଟି ପଂଚାୟତରେ ନାମାଙ୍କନ ହୋଇପାରିନାହିଁ ।

ଏହାସହ ଦେଖନ୍ତୁ ଏହି ଭିଡିଓ :