କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡିକୁ ପିଛା କରି ଫସିଲେ ୪ ଛାତ୍ର ! ଅଭିଯୋଗ ପରେ ଗିରଫ କଲା ପୋଲିସ

20

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡିକୁ ପିଛା କରି ଫସିଲେ ୪ ଛାତ୍ର । ଦିଲ୍ଲୀ ଚାଣକ୍ୟପୁରୀ ଅଂଚଳରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ସରକାରୀ ଗାଡିରେ ଯାଉଥିବା ବେଳେ ଗୋଟିଏ କାର ତାଙ୍କ ଗାଡିକୁ ଅନେକ ସମୟ ଧରି ପିଛା କରୁଥିବା ଜାଣି ପାରିଥିଲେ । ଏହା ପରେ ନିଜେ ସେହି କାରକୁ ପିଛା କରିବା ସହ ପୋଲିସକୁ ଖବର ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫୋନ୍ ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା । ୪ ଜଣ ଅଭିଯୁକ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ମେଡିକାଲ ଯାଂଚରୁ ସେମାନେ ନିଶା ସେବନ କରିଥିଲେ ବୋଲି ଜଣାପଡିଛି । ସ୍ମୃତି ନିଜେ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରିଛି ।