କଟକ ରିଜର୍ଭ ପୁଲିସ ପଡିଆରେ ୫୮ତମ ସହିଦ ସ୍ମୃତି ଦିବସ ପାଳିତ : ଡିଜିପିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ

35

କନକ ବ୍ୟୁରୋ :  କଟକ ରିଜର୍ଭ ପୁଲିସ ପଡିଆରେ ୫୮ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଡିଜିପି । ଏଥିରେ ଡିଜିପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇ ସହିଦଙ୍କୁ ମନେ ପକାଇବା ସହ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଛନ୍ତି । ଅପରାଧ ଦମନ କ୍ଷେତ୍ରରେ ପ୍ରାଣବଳୀ ଦେଇଥିବା ସହିଦଙ୍କ ବଳିଦାନ ବ୍ୟଥା ଯିବନାହିଁ ବୋଲି ଏହି ଅବସରରେ କହିଛନ୍ତି ପୁଲିସ ଡିଜି ଆରପି ଶର୍ମା ।

ସେହିପରି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ମଧ୍ୟ ୫୮ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । ମାଲକାନଗିରି ପୁଲିସ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ଯଗମୋହନ ସାରା ଭାରତରେ ସହୀଦ ହୋଇଥିବା ଯବାନଙ୍କ ତାଲିକା ପାଠ କରିବା ସହ ସହୀଦ ଯବାନ ପ୍ରତିକ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଂଜଳି ଦେଇଛନ୍ତି । ଏଥିରେ ଜିଲ୍ଲାର ବରିଷ୍ଟ ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି ।

ସେପଟେ ରାଉରକେଲାରେ ମଧ୍ୟ ସହିଦଙ୍କୁ ମନେପକାଯାଇଛି । ପଶ୍ଚିମାଂଚଳ ପୁଲିସ ଡିଆଇଜି କବିତା ଜଲାନ ସହିଦଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହାସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ପଶ୍ଚିମାଂଚଳ ପୁଲିସ ଡିଆଜି । ୧୯୫୬ ମସିହା ଗତ ଅଗଷ୍ଟ ୨୧ ତାରିଖରେ ଭାରତ-ଚିନ ସୀମାରେ ଚିନ ସେନାର ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ । ସେହି ଦିନ ଠାରୁ ପ୍ରତି ବର୍ଷ ଅଗଷ୍ଟ ୨୧ ତାରିଖକୁ ସହୀଦ ଦିବସ ଭାବେ ପାଳନ କରୁଛି ସାରା ଦେଶ ।