ପଶ୍ଚିମବଙ୍ଗ ପରେ ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଓ ରାଜ୍ୟ ! ଆୟକର ଚଢାଉ ବେଳେ ଅଭାବନୀୟ ଘଟଣା, ପୁଲିସ ଓ ଯବାନ ମୁହାଁମୁହିଁ ।

204
କନକ ବ୍ୟୁରୋ : ପଶ୍ଚିମବଙ୍ଗ ପରେ ମଧ୍ୟପ୍ରଦେଶରେ ମୁହାଁମୁହିଁ ହେଲେ କେନ୍ଦ୍ର ଓ ରାଜ୍ୟ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଘନିଷ୍ଠ ସହଯୋଗୀ ପ୍ରବୀଣ କକଡ ଓ ଅଶ୍ୱିନୀ ଶର୍ମାଙ୍କ ଘରେ ଆୟକର ବିଭାଗ ଚଢାଉ ବେଳେ ପୁଲିସ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ଆୟକର ବିଭାଗର ୩ଶହ ଅଧିକାରୀ ଭୋପାଳ, ଇନ୍ଦୋର ଓ ଦିଲ୍ଲୀର ପ୍ରାୟ ୫୦ଟି ଠିକଣାରେ ରେଡ କରିବାବେଳେ ଅପ୍ରିତିକର ପରିସ୍ଥିତି ଉପୁଜିଛି ।
ପୁଣି ମୁହାଁମୁହିଁ କେନ୍ଦ୍ର ଓ ରାଜ୍ୟ ପୁଲିସ । ଭୋପାଳରେ କୋଲକାତା ଘଟଣା । ମଧ୍ୟପ୍ରଦେଶରେ କୋଲକାତା ଘଟଣାର ପୁନରାବୃତି  । । ସିବିଆଇ ଚଢାଉକୁ ବିରୋଧ କରି କୋଲକାତା ପୁଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲେ । ଆଉ ଏହି ଘଟଣା ବେଶ କିଛି ଦିନ ଧରି ବେଶ ଚର୍ଚ୍ଚାରେ ରହିଲା । ସେହି ସମାନ ଘଟଣାର ପୁନରାବୃତି ଘଟିଛି ଯେତେବେଳେ ଭୋପାଳରେ ସିଆରପିଏଫ ଯବାନ ଓ ପୁଲିସ ମୁହାୁଁମହିଁ ହୋଇଛନ୍ତି ।
ଆୟକର ଚଢାଉ ବେଳେ ଅଭାବନୀୟ ଘଟଣା । ମୁହାଁମୁହିଁ ହେଲେ ସିଆରପିଏଫ ଓ ମଧ୍ୟପ୍ରଦେଶ ପୁଲିସ । ପୁରା ଘଟଣା ରହିଛି କିଛି ଏହିପରି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଘନିଷ୍ଠ ସହଯୋଗୀ ପ୍ରବୀଣ କକଡ, ଅଶ୍ୱିନୀ ଶର୍ମାଙ୍କ ଘରେ ଆୟକର ବିଭାଗ ଚଢାଉ ବେଳେ ପୁଲିସ ଓ ଯବାନ ମୁହାଁମୁହିଁ ହୋଇଛନ୍ତି ।  ଆଇଟିର ୩ଶହ ଅଧିକାରୀ ଭୋପାଳ, ଇନ୍ଦୋର ଓ ଦିଲ୍ଲୀର ପ୍ରାୟ ୫୦ଟି ଠିକଣାରେ ରେଡ କରିବାବେଳେ ଅପ୍ରିତିକର ପରିସ୍ଥ୍ିତି ଉପୁଜିଛି । ରେଡ ହେଉଥିବା ଖବର ପାଇ ମଧ୍ୟପ୍ରଦେଶ ପୁଲିସର ଏକ ଟିମ ଭୋପାଳରେ ପହଁଚିଥିଲା । କିନ୍ତୁ ପୂର୍ବରୁ ସେଠାରେ ନିୟୋଜିତ ଥିବା ସିଆରପିଏଫ ଯବାନ ପୁଲିସକୁ ଭିତରକୁ ଯିବାକୁ ଦେଇନଥିଲେ ।
ପ୍ଲାଟିନମ୍ ପ୍ଲାଜାରେ ଆଇଟି ଅଧିକାରୀଙ୍କୁ ପୁଲିସ ଅଟକାଇବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା । ଚଢାଉବେଳେ କାହାରିକୁ ଭିତରକୁ ଯିବାକୁ ନିର୍ଦ୍ଦେଶ ନଥିଲା । ବରଂ ଯୋଜନାବଦ୍ଧ ଭାବେ ପୁଲିସ କାମରେ ବାଧା ସୃଷ୍ଟି କରୁଛି ବୋଲି ସିଆରଫିଏଫ ଯବାନ ଅଭିଯୋଗ କରିଛନ୍ତି । ଯାହାକୁ ଖଣ୍ଡନ କରିଛି ମଧ୍ୟପ୍ରଦେଶ ପୁଲିସ । ଆୟକର ଚଢାଉକୁ ନେଇ ରାଜନୀତି ସରଗରମ । ବିଜେପି କଂଗ୍ରେସ ଦୋଷ ଲଦାଲଦି । ଦେଶରେ ନିର୍ବାଚନ ମାହୋଲ ସରଗରମ ରହିଥିବାେବେଳ ଅଚାନକ  ଆୟକର ବିଭାଗର ଚଢାଉକୁ ନେଇ ରାଜନୀତି ପାଣିପାଗ ଆହୁରି ଉଷ୍ମ ହୋଇଉଠିଛି ।  କେନ୍ଦ୍ର ସରକାର ଜାଣିଶୁଣି ଆୟକର ଓ ସିିବିଆଇକୁ ଅସ୍ତ୍ର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।