ରାଜସ୍ଥାନରେ ଭୟଙ୍କର ବନ୍ୟା: ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ପୋଲିସ୍ କନଷ୍ଟେବଳ, ଟ୍ୟୁବ ସହାୟତାରେ ବଂଚାଇଲେ ଦୁଇ ଶିଶୁଙ୍କ ଜୀବନ

153

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଲଗାଣ ବର୍ଷାର ପ୍ରଭାବ ପଡିଛି ରାଜସ୍ଥାନ ଉପରେ । ରାଜସ୍ଥାନର କୋଟାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ଲଗାଣ ବର୍ଷାରେ କୋଟାରେ ଛାତ ଯାଏଁ ପାଣି ଲାଗିଛି । ବଡ ବଡ ଘର ମଧ୍ୟ ବୁଡିଯାଇଛି । ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଛୋଟ ଛୋଟ ପିଲା ଓ ବୟସ୍କ ଲୋକ ବି ଏଥିରୁ ବାଦ ପଡିନାହାନ୍ତି । ତେବେ ଏହି ସମୟରେ ଦେବଦୂତ ସାଜିଛନ୍ତି ପୋଲିସ କନଷ୍ଟେବଳ । ଦୁଇଜଣ ଶିଶୁଙ୍କୁ ଟ୍ୟୁବ ସହାୟତାରେ ଉଦ୍ଧାର କରୁଛନ୍ତି । କନଷ୍ଟେବଳଙ୍କୁ ଏଥିପାଇଁ ପ୍ରଂଶସାର ସୁଅ ଛୁଟିଛି ।

କେବଳ ଏତିକି ନୁହେଁ, କୋଟାରେ ଥିବା ଅନେକ ଡ୍ୟାମ ବିପଦ ସଙ୍କେତ ଉପରେ ବନ୍ୟାଜଳ ରହିଛିା ଏସଡିଆରଏଫ ସହାୟତାରେ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କୋଟା ନିକଟସ୍ଥ ପ୍ରତାପଗଡରେ ୨୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କୋଟାରେ ୧୮ଟି ବ୍ୟାରେଜ ଖୋଲାଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏସଡିଆରଏଫ ଟିମ ଉଦ୍ଧାର କାମରେ ଲାଗିପଡିଛନ୍ତି । ସ୍କୁଲ ଓ ସୁରକ୍ଷିତ ସ୍ଥାନରେ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ବର୍ଷା ଯୋଗୁଁ ଜଖମ ଓ ମାହି ନଦୀର ଜଳସ୍ତର ବଢୁଛି ।