ଆପୋଲୋରେ ନିଆଁ ଓ ଧୂଆଁ ଘଟଣାର ହେବ ଯାଂଚ । ଠିକ୍ ସମୟରେ ହୋଇଥିଲା କି ନାହିଁ ଫାୟାର ଅଡିଟ୍ ହେବ ଅନୁଧ୍ୟାନ

96

କନକ ବ୍ୟୁରୋ : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଘଟଣ । ପଂଚମ ମହଲାରେ ଥିବା ବ୍ୟାଟେରୀ ରୁମରୁ ନିଆଁ ଲାଗିବା ପରେ ପରେ ଧୂଆଁମୟ ହୋଇଯାଇଥିଲା ହସ୍ପିଟାଲ ପରିସର । ଏହା ପରେ କାଚ ଭାଙ୍ଗି ଧୂଆଁ ବାହର କରାଯାଇଥିଲା । ଆଇସିୟୁ ଓ ଏନଆଇସିୟୁରୁ ରୋଗୀ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଇସିୟୁ ରୋଗୀଙ୍କୁ ହ୍ୱିଲ ଚେୟାର ଓ ଷ୍ଟ୍ରେଚରରେ ଉଦ୍ଧାର କରାଯାଇ ଇମରଜେନ୍ସି ୱାର୍ଡରେ ଭର୍ତି କରାଯାଇଥିଲା ।

ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି । ଅନୁଧ୍ୟାନ ପରେ କମିଶନର କହିଛନ୍ତି ବ୍ୟାଟେରୀ ରୁମରୁ ଧୂଆଁ ବାହାରିଥିଲା । ଧୂଆଁ ବାହାର କରିବାକୁ କାଚ ଭାଙ୍ଗିବାକୁ ପଡିଥିଲା । ପଂଚମ ମହଲାରେ ନିଆଁ ଲାଗିଥିଲା । ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ଧୂଆଁ ଯୋଗୁଁ କେହି ଗୁରୁତର ହୋଇନାହାଁନ୍ତି । ତେବେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ । ଏବଂ ହସ୍ପିଟାଲରେ ନିୟମିତ ଫାୟାର ଅଡିଟ୍ ହେଉଛି କି ନାହଁ ଯାଂଚ ହେବ ବୋଲି ପୋଲିସ୍ କମିଶନର କହିଛନ୍ତିି ।