ନର୍ସ ନିହାରିକାଙ୍କ ହତ୍ୟାକାରୀ କିଏ? ନିହାରିକା ବାପା ଓ ମା’ଙ୍କର ଡିଏନଏ ଟେଷ୍ଟ ପାଇଁ ଡାକିଲା ପୋଲିସ, ଫେରାର ପ୍ରେମିକ ରାଜାକୁ ଖୋଜୁଛି ପୋଲିସ ।
କନକ ବ୍ୟୁରୋ : ଷ୍ଟାଫ୍ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡ ଘଟଣା । ନିହାରିକା ବାପା ଓ ମା’ଙ୍କର ହେବ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ ପାଇଁ ଡାକିଲା ଜଗତସିଂହପୁର ପୋଲିସ । ଏହାପୂର୍ବରୁ ଗତକାଲି ନିହାରିକାଙ୍କ ଡିଏନଏ ଟେଷ୍ଟ କରିଥିଲା ପୋଲିସ । ନିହାରିକା ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟାଇବା ପାଇଁ ଏସପିଙ୍କ ନେତୃତ୍ୱରେ ୬ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହାଛଡା ଅଟକ ରଖାଯାଇଥିବା ୬ ଜଣଙ୍କୁ ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ଏପରିକି ପ୍ରେମିକ ରାଜାର ଫୋନ କଲକୁ ମଧ୍ୟ ଯାଞ୍ଚ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଟକରେ ହତ୍ୟା ପରେ ଅଖାରେ ବାନ୍ଧି ନଈରେ ଭସାଇ ଦେବା ଏବଂ ମୃତଦେହ ଜଗତସିଂହପୁରରୁ ଉଦ୍ଧାର ହେବା ପଛରେ ଯିଏ ସବୁଠୁ ଅଧିକ ସନ୍ଦେହ ଘେରରେ ରହିଛନ୍ତି, ସେ ହେଉଛନ୍ତି ନୀରାରିକାଙ୍କ ପ୍ରେମିକ ରାଜା । ରାଜା ଓ ନିହାରିକା ପରସ୍ପରକୁ ଭଲ ପାଉଥିଲେ, ଏମିତି କି ପରିବାରଙ୍କ ସମ୍ମତିରେ ଅବାଧ ମିଳାମିଶା ବି ଥିଲା । ଆଉ ନିଖୋଜ ହେବା ଦିନ ନିହାରିକାକୁ ସାଥୀରେ ନେଇଯାଇଥିଲା ରାଜା । ହେଲେ ନିହାରିକାଙ୍କ ମୃତଦେହ ମିଳିଲା ବେଳକୁ ରାଜା ଗାଏବ୍ ।
କଟକ ଓ ଜଗତସିଂହପୁର ଜିଲ୍ଲାରେ ଚହଳ ପକାଇ ଦେଇଥିବା ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଏବେ ସନ୍ଦଗ୍ଧ ପ୍ରେମିକ ରାଜାର ବାପା, ଭାଇ ଏବଂ ସଂପର୍କୀୟଙ୍କ ସମେତ ହାଜିପୁର ଅଞ୍ଚଳରୁ ୬ ଜଣଙ୍କୁ ପୁଲିସ ଅଟକ ରଖି ଜେରା ଆରମ୍ଭ କରିଛି । ଷ୍ଟାଫ ନର୍ସଙ୍କ ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ପ୍ରେମିକ ରାଜାର ଭୂମିକା କ’ଣ ତାକୁ ନେଇ ଯେତିକି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି, ତାଠୁ ଅଧିକ ସନ୍ଦେହ ବଢ଼ାଇ ଦେଇଛି ରାଜାର ନିଖୋଜ୍ ହେବା ଘଟଣା ।