ଭୁବନେଶ୍ୱର ଶିଖରଚଣ୍ଡୀକୁ ଭୋଜି କରିବାକୁ ଯାଇଥିବା ୪ ଯୁବକଙ୍କୁ ପୋଲିସର ନିସ୍ତୁକ ମାଡ । ଥାନାକୁ ଆଣି ଜରିମାନା ଆଦାୟ ଅଭିଯୋଗ 

33

କନକ  ବ୍ୟୁରୋ : ଭୁବନେଶ୍ୱରର ଶିଖରଚଣ୍ଡୀକୁ ଭୋଜି କରିବାକୁ ଯାଇଥିବାବେଳେ ୪ ଜଣ ଯୁବକକୁ ଇନଫୋସିଟି ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି ।  ଅଭିଯୋଗ କରିଥିବା ଯୁବକଙ୍କ କହିବା ଅନୁସାରେ, ଶିଖରଚଣ୍ଡୀରେ ଭୋଜି କରୁଥିବାବେଳେ ହଠାତ ସେମାନଙ୍କୁ ପୋଲିସ ମାଡ ମାରିଥିଲା ।

ସେଠାରେ ସେମାନେ ଗଣ୍ଡଗୋଳ କିମ୍ବା ପାଟିତୁଣ୍ଡ କରୁନଥିଲେ ବି ପୋଲିସ ଥାନାକୁ ଆଣି ମାଡ ମାରିବା ସହ ୫ ଶହ ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରିଛିା ତେବେ ଇନଫୋସିଟି ଥାନା ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ପୋଲିସ କହିଛି, ସଂପୃକ୍ତ ଯୁବକମାନେ ଜଣେ ମହିଳାଙ୍କୁ ହଇରାଣ କରୁଥିଲେ । ଏ ନେଇ ଜଣେ ମହିଳା କଂଟ୍ରୋଲ ରୁମକୁ ଖବର ଦେବା ପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଆଣି ଫାଇନ କାଟିଥିଲା ।