ଚୋରା ମଦ ବ୍ୟବସାୟ ରୋକିବାକୁ ଯାଇ ହଟହଟା ହେଲେ ପୋଲିସ ବାବୁ ! ଚଢ଼ଉକାରୀ ଦଳକୁ ଅଟକ ରଖି ମାଡ଼ ମାରିଲେ ଗାଁ ଲୋକ

22

କନକ ବ୍ୟୁରୋ : ଅସ୍ତରଙ୍ଗ କାକଟପୁର କେନ୍ଦ୍ରାପଟି ଗାଁରେ ପୋଲିସ ଗାଁଲୋକ ମୁୂହାଁମୁହିଁ ହୋଇଛନ୍ତିି । କେନ୍ଦ୍ରାପଟି ଗାଁରେ ଚୋରା ମଦ ବ୍ୟବସାୟ ରୋକିବାକୁ ଯାଇଥିବା ପୋଲିସକୁ ହଟହଟା ହେବାକୁ ପଡିଛି । ପୋଲିସକୁ ଅଟକ ରଖିବା ସହ ମାଡ ମାରିଛନ୍ତି ଗ୍ରାମବାସୀ । ପ୍ରଥମେ ପୋଲିସ କାକଟପୁରର ଦହିଖିଆରେ ଚଢଉ କରିଥିଲା ।

ଚଢ଼ଉ ସମୟରେ ରାସ୍ତାକଡରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଗାଁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦହିଖିଆରେ ଚଢ଼ଉ କରିବାକୁ ଫେରିବା ସମୟରେ କେନ୍ଦ୍ରାପଟିରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗାଁ ଲୋକେ । ପୋଲିସକୁ ଅଟକ ରଖି ଗାଁ ଲୋକେ ମାଡ ମାରିଥିଲେ ।