ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଉଥିଲେ ଉତ୍ୟକ୍ତ ଜନତା ! ପରିସ୍ଥିତି ଅଣାୟତ ହେବାରୁ ଲାଠିଚାର୍ଜ କଲା ପୋଲିସ୍

306

କନକ ବ୍ୟୁରୋ : ମହାରାଷ୍ଟ୍ର ପାଲଘର ଜିଲ୍ଲାର ନାଲାେସୋପାରରେ ପ୍ରଦର୍ଶନକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଶନିବାର ଦିନ ରେଳରୋକ କରିଥିଲେ । ସୂଚନା ଅନୁସାରେ ବିରୋକ୍ଷକାରୀମାନେ ସକାଳ ପ୍ରାୟ ୮. ୨୦ ମିନିଟରେ ରେଳଧାରଣାରେ ପହଞ୍ଚିଥିଲେ ଓ ପାକିସ୍ତାନ ବିରୋଧରେ ନାରା ଦେବା ଆରମ୍ଭ କରିଦେଇଥିଲେ । ଉତ୍ୟକ୍ତ ଜନତା ବାରମ୍ବାର ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ । ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଗୋଟିଏ ପଟେ ରେଳଚଳାଚଳା ବାଧାପ୍ରାପ୍ତ ହେଉଥିଲା ଅନ୍ୟପଟେ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସଂଖ୍ୟା ଧୀରେ ଧୀରେ ବଢି଼ବାରେ ଲାଗିଲା ।

ପ୍ରଦର୍ଶନକାରୀ ମାନେ ଭାରତ ମାତା କି ଜୟ ନାରା ଦେହାରାଉଥିଲେ । ପୁଲୱ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ତଥା ଆତଭ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଉତ୍ୟକ୍ତ ଜନତାଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିସ୍ଥିିତିକୁ ଆୟତ କରିବା ଯାଇ ସୁରକ୍ଷାକର୍ମୀଙ୍କୁ ଡକାଇବାକୁ ପଡ଼ିଥିଲା । ଜିଆରପି, ଆରପିଏଫଙ୍କୁ ସ୍ଥିତିକୁ ଆୟତ କରିବା ପାଇଁ ଲାଠି ଚାର୍ଜ କରିଥିଲୋ । ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ ମଧ୍ୟ କରାଯାଇଥିଲା ।

Comments are closed.