ପୋଲିସ ହେବ ତ ଏମିତି ! ନକ୍ସଲ ଅଞ୍ଚଳକୁ ଯାଇ ନକ୍ସଲଙ୍କ ଠାରୁ ଦୁରେଇ ରହିବା ପାଇଁ ଦେଉଛନ୍ତି ଶିକ୍ଷା, ମନରେ ନାହିଁ ଟିକିଏ ବି ଡର ।

42

ନକ୍ସଲ ଅଞ୍ଚଳରେ ଜଣେ ଏଏସଆଇ ପୋଲିସ ପ୍ରମୋଦ ପାସବାନ ଲୋକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନକ୍ସଲ ମାନଙ୍କୁ ସମାଜରୁ ମୂଳପୋଛ କରିବା ପାଇଁ ସେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରମୋଦ ତାଙ୍କ ଡ୍ୟୁଟିରୁ କିଛି ସମୟ ବାହାର କରି ପିଲାମାନଙ୍କୁ ପାଠ ପଢାଇ ପାଇଁ ସ୍କୁଲ ପହଞ୍ଚି ଯାନ୍ତି । ତାଙ୍କର ଏପରି କରିବା ପଛର ଉଦ୍ଦେଶ୍ୟ ହେଉଛି, ପିଲା ପାଠ ପଢି ନକ୍ସଲ ହେବାରୁ ରକ୍ଷା ପାଇବେ ।

ପୂର୍ବ ସିଂହଭୁମ ଜିଲ୍ଲାର ନକ୍ସଲ ପ୍ରଭାବିତ ଗୁଡାବାନ୍ଦାର ପାହାଡି ଅଞ୍ଚଳ ଗୁଡିକରେ ପ୍ରମୋଦଙ୍କ କୌଣସି ପରିଚୟ ନାହିଁ । ସେଠାରେ ଲୋକମାନେ ପ୍ରମୋଦକୁ ବର୍ଦିବାଲା ଗୁରୁଜି ଭାବରେ ଜାଣନ୍ତି । ସେଠାରେ ପିଲାମାନେ ମଧ୍ୟ ପ୍ରମୋଦଙ୍କୁ ବହୁତ ଭଲ ପାଆନ୍ତି । ପିଲାମାନେ ତାଙ୍କୁ ଦେଖି ଖୁବ ଉତ୍ସାହିତ ହୋଇଯାନ୍ତି । କାରଣ ପ୍ରମୋଦଙ୍କ ପାଠ ପଢାର ଢାଞ୍ଚା ଅନ୍ୟ ଶିକ୍ଷକ ମାନଙ୍କ ଠାରୁ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇଥାଏ । ସେ ପଢାଉଥିବା ଗଣିତର ଫର୍ମୁଲା ଏପରି ଭାବରେ ପିଲା ମାନଙ୍କୁ ବୁଝାନ୍ତି କି, ପିଲା ସହଜରେ ଗଣିତକୁ ବୁଝି ପାରିବା ସହ ଅତି ସହଜରେ ଗଣିତକୁ କସିପାରନ୍ତି । ପ୍ରମୋଦଙ୍କ ଏପରି କରିବା ଦ୍ୱାରା ଗାଁ ଲୋକଙ୍କ ମନରେ ପୁଲିସଙ୍କ ପ୍ରତି ଥିବା ଭୟ ଏବଂ ଘୃଣା ଭାବ ଧିରେ ଧିରେ ଦୂର ହୋଇଯାଇଛି । ଗାଁ ଲୋକେ ପ୍ରମୋଦଙ୍କ ପ୍ରଶଂସା କରିବା ସହ ପ୍ରମୋଦଙ୍କୁ ସମ୍ମାନ ମଧ୍ୟ କରନ୍ତି ।

ପ୍ରମୋଦଙ୍କ କହିବା ଅନୁସାରେ, ଏହି ଗାଁର ଲୋକ ମାନେ ଖୁବ ଗରିବ ହୋଇଥିବାରୁ ତାଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିପାରନ୍ତି ନାହିଁ । ସ୍କୁଲରେ ଯାହା କିଛି ପାଠ ପଢା ଯାଏ ତାହା ପିଲାମାନେ ପଢିଥାନ୍ତି । ତେଣୁ ପ୍ରମୋଦ ତାଙ୍କ ଡ୍ୟୁଟିରୁ କିଛି ସମୟ ବାହାର କରି ଗାଁରେ ଥିବା ସମସ୍ତ ସ୍କୁଲରେ ପିଲା ମାନଙ୍କୁ ପାଠ ପଢାଇଥାନ୍ତି । ପ୍ରମୋଦଙ୍କ ମତରେ, ଶିକ୍ଷା ଦ୍ୱାରା ହିଁ ନକ୍ସଲଙ୍କୁ ସମାଜରୁ ହଟାଇ ଦିଆଯାଇ ପାରିବ । ପ୍ରମୋଦଙ୍କର ସମାଜ ପ୍ରତି ଥିବା ନିଶ୍ୱାର୍ଥପର ଭଲପାଇବା ଏବଂ ଦେଶ ପାଇଁ କିଛି କରିବାର ଆଶାକୁ ସମ୍ପୁର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ ପ୍ରଶଂସା କରିବା ସହ ପ୍ରମୋଦଙ୍କ ଏପରି କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରନ୍ତି ।