ବାରଗର୍ଲ ପ୍ରେମରେ ଲୁଟେରା ଗ୍ୟାଙ୍ଗ୍ ! ପ୍ରେମ ପାଇଁ ଚଳାଇଥିଲେ ଛିନତାଇ ଓ ଲୁଟତରାଜ । ପ୍ରତିବାଦ କଲେ କରୁଥିଲେ ଆକ୍ରମଣ । ଧରାପଡିବା ପରେ ପୋଲିସ ଆଗରେ ବଖାଣିଲେ ସତ

62

କନକ ବ୍ୟୁରୋ: ବାର ଗର୍ଲ ପ୍ରେମରେ ଲୁଟେରା ଗ୍ୟାଙ୍ଗ । ବାରରେ ଶଟରଡେ ନାଇଟ୍ ସେଲିବ୍ରେସନ କରିବା ଓ ବାରଗର୍ଲଙ୍କ ଉପରେ ଟଙ୍କା ଉଡାଇବାକୁ କରୁଥିଲେ ଲୁଟପାଟ୍ । କମିଶନରେଟ୍ ପୋଲିସ ହାତରେ ୫ ଜଣିଆ ଗ୍ୟାଙ୍ଗ ଧରା ପଡିବା ପରେ ସାମ୍ନାକୁ ଆସିଛିି ଲୁଟେରାଙ୍କ ଲୁଟ୍ ପଛର ସତ ।

ଏହି ଲୁଟେରା ଗ୍ୟାଙ୍ଗର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁଲିସ ହାତରେ ଧରା ପଡିଥିବା ଏହି ଗ୍ୟାଙ୍ଗ କାହିଁକି ଲୁଟ୍ କରେ – ବୋଧେ ଏମିତି କାହାଣୀ ଆପଣ ଶୁଣି ନଥିବେ । ଏହି ଲୁଟେରା ମାନେ ବାର ଗର୍ଲଙ୍କ ପ୍ରେମରେ ପଡି ଯାଇଥିଲେ । ଆଉ ବାର ଗର୍ଲଙ୍କ ସହ ମଜଲିସ ପାଇଁ ଲୁଟ କରୁଥିଲେ ଏହି ଲୁଟିଆ ଗ୍ୟାାଙ୍ଗ । ଯୌବନର ଜୋସ ସାଙ୍ଗକୁ ଏମାନଙ୍କୁ ଘାରିଛି ମଉଜ ମଜଲିସ କରିବାର ନିଶା । ଶଟରଡେ ନାଇଟ୍ ସେଲିବ୍ରେସନ କରିବା ଓ ବାରଗର୍ଲଙ୍କ ଉପରେ ଟଙ୍କା ଉଡାଇବାକୁ ଏମାନେ କରୁଥିଲେ ଲୁଟପାଟ୍ । ଏହି ୫ ଜଣିଆ ଗ୍ୟାଙ୍ଗ ପୁଲିସ ହାତରେ ଧରା ପଡିବା ପରେ, ଏଭଳି ତଥ୍ୟ ସାମନାକୁ ଆସିଛି । ଏପରିକି ଡ୍ରଗସ୍, ମଦ ଭଳି ବାର ଗର୍ଲଙ୍କ ନିଶା ଯୋଗୁ ଏମାନେ ଲୋକଙ୍କ ତଂଟି କାଟିବାକୁ ବି ପଛାଇ ନାହାଁନ୍ତି ।

ଟଙ୍କା କମାଇବା ପାଇଁ ଏମାନେ ବାଛି ଥିଲେ ସଟକଟ୍ । ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ରହୁଥିଲା ଏହି ଲୁଟେରାଙ୍କ ନଜର । ଏକୁଟିଆ ମହିଳା, କଲେଜ ଛାତ୍ରୀ କିମ୍ବା ବୁଦ୍ଧାଙ୍କୁ ଦେଖିଲେ ଆଖି ପିଛୁଳାକେ ସୁନା ଝାମ୍ପି ନେଇ ଚମ୍ପଟ ମାରୁଥିଲେ । ଏଭଳି ଏକ ରୋମିଓ ଲୁଟେରା ଗ୍ୟାଙ୍ଗକୁ ହାତକଡି ପିନ୍ଧାଇଛି ଖଣ୍ଡଗିରି ଥାନା ପୁଲିସ । ଏମାନଙ୍କ ଠାରୁ ସୁନା, ହୀରା ଅଳଙ୍କାର ମୋବାଇଲ ଓ ବାଇକ ଜବତ କରାଯାଇଛି । ଲୁଟେରା ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି ।