ଚୋରା ଚାହାଣିରେ ଚୋରା ବେପାର ! ଗ୍ଳାମର୍ ଗର୍ଲଙ୍କ ଗଂଜେଇ ବେପାରରୁ ମିଳିଲା ସେକ୍ସ ରାକେଟର ସୁରାଗ

169

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ନିଷିଦ୍ଧ ନିଶା ବେପାର । ଚୋରା ଚାହାଣୀରେ ଚାଲୁଥିଲା ଚୋରା ବେପାର । ଗ୍ଲାମର୍ ଦେଖାଇ ଗଂଜେଇ ଚାଲାଣ । ପଶ୍ଚିମବଙ୍ଗର ଜଣେ ଯୁବତୀ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିବା ପରେ ଏବେ ଖୋଲିଛି ସେକ୍ସ ଓ ନିଶାର ଗୁମର କାହାଣୀ ।

ଯୁବତୀଙ୍କ ନାଁ ହେଉଛି ନେହା ହାଲଦାର୍ । ତାଙ୍କର ସୁନ୍ଦର ଚେହେରା ପଛରେ କିନ୍ତୁ ଲୁଚି ରହିଛି ଅସୁନ୍ଦର କାହାଣୀ । ପ୍ରାଥମିକ ତନନ୍ତରୁ ପୋଲିସ ଜାଣି ପାରିଛି ଗିରଫ୍ ଯୁବତୀ କେବଳ ନିଶା କାରବାରରେ ସାମିଲ ନଥିଲେ ବରଂ ଏକ ବଡଧରଣର ସେକ୍ସ ରାକେଟର ସେ ଥିଲେ ରାଣୀ ମହୁମାଛି ।

ଅନେକ ଅନଲାଇନ୍ ସେକ୍ସ ରାକେଟ୍ ଚଳାଉଥିଲେ ନେହା । ଦେହଲୋଭୀ ମଣିଷଙ୍କୁ କରୁଥିଲେ କାବୁ । ଆଉ ଭୋକ ମେଂଟାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ଗ୍ଲାମର୍ ଦେଖାଇ ବଡବଡିଆଙ୍କ ଉପରେ ପକାଉଥିଲେ ଜାଲ । ଆଉ ନେହାଙ୍କ ଜାଲରେ ଥରୁଟିଏ ଫସିଗଲେ କଥା ସରିଲା । ଆରମ୍ଭ କରିଦେଉଥିଲେ ବ୍ଲାକ୍ ମେଲିଂ ।

କୁହାଯାଉଛି, ଭୁବନେଶ୍ୱରର ଅନେକ ଧନୀ ଲୋକ ନେହାଙ୍କ ଜାଲରେ ପଡି ନିଜ ପର୍ସକୁ ଖାଲି କରିଛନ୍ତି । ତେବେ ଦେହ ବେପାରରୁ ନେହା କେମିତି ବନିଲେ ଗଂଜେଇ ବେପାରୀ ! ଏବେ କମିଶନରେଟ୍ ପୁଲିସର ଟାର୍ଗେଟ୍, ନେହାଙ୍କ ନିଶା ନେଟସ୍ୱର୍କ ଭିତରେ ଧସେଇ ପଶିବାକୁ ।