ସାବଧାନ ! ଦେଶୀ ଅଣ୍ଡା ନାଁରେ ଆପଣଙ୍କ ସହିତ ହେଉଛି ଠକେଇ : ବଜାରରେ ମିଳୁଛି ସାମ୍ପୁ, ଚା’ପତିରେ ତିଆରି ଅଣ୍ଡା

539

ଅଣ୍ଡା କିଣୁଛନ୍ତି କି, ତେବେ ସାବଧାନ ହୋଇଯାଆନ୍ତୁ । ଦେଶୀ ଅଣ୍ଡା ନାଁରେ ଆପଣ କୁକୁଡା ଫାର୍ମର ଅଣ୍ଡା ତ କିଣୁ ନାହାଁନ୍ତି । ଏହି ଭିତ୍ତିରେ ଲଖନଉ ପୁଲିସ ଆଲମବାଗ ଅଂଚଳରେ ଥିବା ଏକ ବ୍ୟବସାୟୀଙ୍କ ଘରେ ଚଢ଼ଉ କରି ନକଲି ଅପମିଶ୍ରିତ ଅଣ୍ଡାର ଖୋଳ ଜବତ କରିଛି । ପୁଲିସ ହାସିମ ଓ ଆରିଫ୍ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କ ପାଖରୁ ୯୦୦ କ୍ରେଟ୍ ଫାର୍ମ ଓ ୩୦୦ କ୍ରେଟ୍ ରଙ୍ଗ କରାଯାଇଥିବା ଅଣ୍ଡା ମିିଳିଛି ।

ପୁଲିସ ପଚରାଉଚୁରାରେ ଜଣାପଡିଛି କି, ସାମ୍ପୁ, ଚା’ପତିର ପାଣିରୁ ଫାର୍ମର ଅଣ୍ଡାକୁ ଦେଶୀ ଅଣ୍ଡା ବନାଉଥିଲେ । ଚଢ଼ଉ ସମୟରେ ବ୍ୟବସାୟୀମାନେ ଏହାକୁ ସ୍ୱୀକାର କଲେ । ଅଣ୍ଡାରେ ଦୁର୍ନୀତି ହେଉଥିବା କଥା କହିଲେ । ଏହି ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ଅଣ୍ଡା ବ୍ୟବସାୟୀଙ୍କ କହିବାନୁସାରେ, ଦେଶୀ ଅଣ୍ଡା ଶୀତ ଋତୁରେ ମିଳିଥାଏ । କିନ୍ତୁ କିଛି ଠେଲାରେ ଖରା ଦିନରେ ବି ଦେଶୀ ଅଣ୍ଡା ସଜଡା ହୋଇ ରଖାଯାଇଥିବା ନଜର ଆସେ । ଦେଶୀ ଅଣ୍ଡା, ଫାର୍ମର ଅଣ୍ଡା ଅପେକ୍ଷା ଅଧିକ ପୁଷ୍ଟିକର ଦୃଷ୍ଟିରୁ ଏହାକୁ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହୁଏ । ଗୋଟିଏ କଂଚା ଦେଶୀ ଅଣ୍ଡା ୭ରୁ୮ ଟଙ୍କାରେ ବିକ୍ରି କରାଯାଏ । ଆମେ ବ୍ୟବସାୟୀ ଫାର୍ମ ଅଣ୍ଡାର ରଙ୍ଗ ବଦଳାଇ ତାହାକୁ ଦେଶୀ ଅଣ୍ଡା କହି ବିକ୍ରି କରୁ । ବର୍ତ୍ତମାନ ପୁଲିସ ଆରୋପୀଙ୍କ ସହ ପଚରାଉଚୁରା କରୁଛି ।