ଶେଷରେ ଗିରଫ ହେଲା ସୈତାନ ସ୍ୱାମୀ: ବାଜି ହାରିଯିବା ପରେ ସ୍ତ୍ରୀକୁ ଟେକି ଦେଇଥିଲା ପରପୁରୁଷ ହାତରେ

42

କନକ ବ୍ୟୁରୋ: ବାଲେଶ୍ୱର ବସ୍ତାରେ ଜୁଆ ଖେଳରେ ସ୍ତ୍ରୀକୁ ବାଜି ଲଗାଇବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ । ନିଜ ପତ୍ନୀଙ୍କୁ ବଳାକ୍ରାରୀଙ୍କ ହାତରେ ଟେକି ଦେଇଥିବା ସ୍ୱାମୀ କାର୍ତିକ ପଟ୍ଟାୟତଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ । ଏହା ସହ ଦୁଷ୍କର୍ମ କରିଥିବା ଅଭି ଦଳାଇକୁ ମଧ୍ୟ ପୋଲିସ ଗିରଫ କରିଛି । ଗତ ଦୁଇ ଦିନ ତଳେ ଘଟିଥିଲା ଏହି ଅମାନବୀୟ ଘଟଣା । ଅଭିଯୁକ୍ତ କାର୍ତିକ ନିଜ ପତ୍ନୀଙ୍କୁ ଡାକି ନେଇ ଗାଁର ଅଭି ଦଳାଇ ହାତରେ ଟେକି ଦେଇଥିଲା ।

କୁହା ଯାଉଛି ଜୁଆ ଖେଳରେ ନିଜ ପତ୍ନୀଙ୍କୁ ବାଜି ଲଗାଇ ହାରିଯିବା ପରେ ପରପୁରୁଷ ହାତରେ ପତ୍ନୀଙ୍କୁ ଟେକି ଦେଇଥିଲା ସ୍ୱାମୀ । ଆଉ କାର୍ତିକର ଉପସ୍ଥିତିରେ ହିଁ ଅଭି ତାଙ୍କ ପତ୍ନୀଙ୍କୁ ବଳାକ୍ରାର କରିଥିଲା । ପ୍ରତିବାଦ କରିବାରୁ ତାଙ୍କ ମୁହଁରେ କନା ବିଣ୍ଡା ଭର୍ତି କରି ଦିଆଯାଇଥିଲା । ଏହା ପରେ କାର୍ତିକ ଏ ବିଷୟରେ କାହାକୁ ନକହିବା ପାଇଁ ଧମକ ଦେଇଥିଲା । ତେବେ ପତ୍ନୀ ନିଜ ବାପଘର ଲୋକଙ୍କୁ ଏ ସଂପର୍କରେ ଜଣାଇବା ପରେ କାର୍ତିକ ତାଙ୍କୁ ପ୍ରବଳ ମାଡ ମାରିଥିଲା ।

ଉଲ୍ଲେଖ ଥାଉ କି, କଳିଯୁଗର ପାଣ୍ଡବ ସାଜିଥିବା କାର୍ତିକ ଯିଏ ଜୁଆ ପାଇଁ ପତ୍ନୀକୁ ବାଜି ଲଗାଇ ଦେଇଥିଲା । ଜୁଆ ଖେଳରେ ହାରିଯିବା ପରେ ନିଜ ପତ୍ନୀକୁ ପରପୁରୁଷ ହାତରେ ଟେକି ଦେଇଥିଲା । ଆଉ ଜୁଆ ଖେଳରେ ବାଜି ଜିତିଥିବା ରାକ୍ଷସମାନେ ସ୍ୱାମୀର ଉପସ୍ଥିତିରେ ମହିଳାଙ୍କ ଇଜ୍ଜତ ସହ ଖେଳିଥିଲେ ଅତି ଅମାନବୀୟ ଖେଳ । ଏପରିକି କୁରୁସଭା ଭଳି ମଧ୍ୟ ଏଠାରେ ମୁହଁ ଖୋଲିନଥିଲା କଳିଯୁଗର ପାଣ୍ଡବ କାର୍ତିକ । ମହାଭାରତରେ ଯେମିତି ଭାଇ ବୋହୂଙ୍କ ଇଜ୍ଜତ ସହ ଖେଳଖେଳିବାକୁ ପଛାଇ ନଥିଲା ଦୁର୍ୟ୍ୟୋଧନ, ଠିକ୍ ଏଠି ବି ସଂପର୍କୀୟ ଭାଇ, ଭାଇବୋହୂର ଇଜ୍ଜତ ସହ ଖେଳିଗଲା ଏକ ସଂଘାତିକ୍ ଖେଳ । ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଛି ।