ମଦ୍ୟପ ଡ୍ରାଇଭର ସାବଧାନ ! ଏଣିକି ମଦ ପିଇ ଗାଡି ଚଳାଇଲେ ଉଠାଇ ନେବ ପୋଲିସ୍

ପଦକ୍ଷେପ ପାଇଁ ଗୃହ ବିଭାଗକୁ ଅବକାରୀ ବିଭାଗର ଚିଠି

375

କନକ ବ୍ୟୁରୋ: ମଦ୍ୟପ ଡ୍ରାଇଭର ସାବଧାନ । ମଦ ପିଇ ଗାଡି ଚଳାଇଲେ ଏଣିକି ହେବ କଡା କାର୍ଯ୍ୟାନୁଷ୍ଠାନ । ଏପରିକି କୌଣସି ବ୍ୟକ୍ତି ମଦ ପିଇ ଗାଡି ଚଳାଉଥିଲେ କିମ୍ବା ସନ୍ଦେହ ହେଲେ ଗିରଫ କରିପାରିବ ପୋଲିସ । ଏ ନେଇ ନିୟମ ଥିଲେ ବି ଅଧିକାଂଶ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ ।

ଅନେକ କ୍ଷେତ୍ରରେ ସଂପୃକ୍ତ ଲୋକଙ୍କୁ ଅଟକ ରଖାଯାଉଛି ଓ ତାଗିଦ କରି ଛାଡି ଦିଆଯାଉଛି । ତେଣୁ ମଦୁଆ ଡ୍ରାଇଭର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗ ଗୃହ ବିଭାଗକୁ ଚିଠି ଲେଖିଛି । ଗିରଫ ପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଏ ନେଇ ଥିବା ନିୟମକୁ କଡାକଡି କରିବାକୁ ସଂପୃକ୍ତ ଜିଲ୍ଲାର ଆରଟିଓଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି ।