ସମ୍ମାନ ଗଲା ସମ୍ପତି ଯିବ ! ଫେରାର୍ ୫ ସେବାୟତଙ୍କ ସଂପତି ବାଜ୍ୟାପ୍ତି ପାଇଁ ଏସଡିଜେଏମ୍ କୋର୍ଟରେ ଆବେଦନ

47

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଳାଦ୍ରୀ ବିଜେ ବିଭ୍ରାଟ ପ୍ରସଙ୍ଗରେ ଫେରାର ୫ଜଣ ସେବାୟତଙ୍କ ସମ୍ପତି ବାଜ୍ୟାପ୍ତି କରିବା ପାଇଁ ଆବେଦନ କରିଛି ପୁରୀ ପୁଲିସ । ୫ଜଣ ସେବାୟତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରିବା ପାଇଁ ଏସଡିଜେଏମ୍ କୋର୍ଟରେ ପୁରୀ ପୁଲିସ ପକ୍ଷରୁ ଆବେଦନ କରାଯାଇଛି । ସମ୍ପତି ବାଜ୍ୟାପ୍ତି ପାଇଁ ସିଆରପିସି ଧାରା ୮୩ ଅନୁଯାୟୀ ଆବେଦନ କରିଛି ପୁଲିସ ।

ସେବାୟତ ଦାମୋଦର ମହାସୁଆର, ସାଇନା ଖୁଂଟିଆ, ଇପସିତ ପ୍ରତିହାରୀ, ଭୀମସେନ ପଳଙ୍କଧାରୀ ଓ ଜୟକୃଷ୍ଣ ମହାସୁଆରଙ୍କ ବିଭିନ୍ନ ସମ୍ପତି ତାଲିକା ପ୍ରସ୍ତୁତ କରିବା ପାଇଁ ଭିନ୍ନ ଭିନ୍ନ ବିଭାଗକୁ କୁହାଯାଇଥିଲା । ଜମିଜମାର ବିବରଣୀ ପାଇଁ ଉପଜିଲ୍ଲାପାଳ, ତହସିଲଦାରଙ୍କୁ, ଘର ସଂପର୍କରେ ଜାଣିବା ପାଇଁ ପୌରସଂସ୍ଥା ଓ ପିକେଡିଏକୁ ଏବଂ ଆକାଉଂଟର ବିବରଣୀ ପାଇଁ ଜିଲ୍ଲାର ୩୦ଟି ବ୍ୟାଙ୍କକୁ ଚିଠି କରିଥିଲା ପୁରୀ ପୁଲିସ। ସଂପତି ତାଲିକା ଆସିବା ପରେ ପୋଲିସ ପକ୍ଷରୁ ଏସଡିଜେଏମ୍ ନିକଟରେ ସଂପତି ବ୍ୟାଜାପ୍ତ ପାଇଁ ଆବେଦନ କରିଛି।