ଦେହଜୀବୀ ଓ ପୁଲିସ୍ ବାବୁଙ୍କ ପ୍ରେମ କାହାଣୀର ନୂଆ ଖୁଲାସା ! ଅଫିସରଙ୍କୁ ଚଳିତ ବର୍ଷ ମିଳିଛି ରାଷ୍ଟ୍ରପତି ମେଡାଲ୍

29

କନକ ବ୍ୟୁରୋ : ଧୀରେ ଧୀରେ ଖୋଲୁଛି ରୋମିଓ ପୁଲିସ୍ ବାବୁଙ୍କ ଗୁମର । ଦେହଜୀବୀଙ୍କ ସହ ପ୍ରେମ ସଂପର୍କ ରଖି ଚର୍ଚ୍ଚାକୁ ଆସିଥିବା ଏହି ପୁଲିସ୍ ବାବୁ ପାଇଥିଲେ ରାଷ୍ଟ୍ରପତିଙ୍କ ଠାରୁ ପୁଲିସ୍ ପଦକ । ଯିଏ ଏବେ ଇନ୍ସପେକ୍ଟର ପାହ୍ୟାରେ ଅଛନ୍ତି । ରାଷ୍ଟ୍ରପତି ମେଡାଲ୍ ପାଇଥିବା ଅଫିସରଙ୍କ ଏଭଳି କାରନାମାର ଖୁଲାସା କରିଛନ୍ତି ଦେହଜୀବୀ ।

ତେବେ ଅଡିଓ ପରେ ଦେହଜୀବୀ ଭାଇରାଲ କରିଛନ୍ତି ପୁଲିସ୍ ବାବୁଙ୍କ ଫଟୋ । ଦେଖିବାକୁ ପୁରା ଦବଙ୍ଗ ଅଫିସର୍ ହେଲେ ତାଙ୍କ କାରନାମା ପୁରା ଓଲଟା । ରେଡ୍ କରିବାକୁ ଯାଇଥିବା ଏହି ଅଫିସର୍ ପଡି ଯାଇଥିଲେ ଦେହଜୀବୀଙ୍କ ପ୍ରେମରେ । ଲଭ୍ କେ ଲିଏ କୁଛଭି କରେଗା ନ୍ୟାୟରେ ଦେହଜୀବୀଙ୍କ ସହ ରାତି କଟାଇ ଧୋକା ଦେଇଥିଲେ ଏହି ରଙ୍ଗିଲା ଅଫିସର୍ ।

ଅଫିସରଙ୍କୁ ଚଳିତ ବର୍ଷ ମିଳିଛି ରାଷ୍ଟ୍ରପତି ମେଡାଲ୍ । ରଷ୍ଟ୍ରପତି ମେଡାଲ୍ ପାଇଥିବା ଏହି ରଙ୍ଗିଲା ଅଫିସରଙ୍କ ପ୍ରମୋସନ ବି ହୋଇଛି । ସେ ଏବେ ଇନସପେକ୍ଟର ପାହ୍ୟାରେ ଅଛନ୍ତି । ପ୍ରଥମେ ଅଡିଓ ଆଉ ଏବେ ରଙ୍ଗିଲା ପୁଲିସ ବାବୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲାଣି । ହେଲେ ବରିଷ୍ଠ ଅଧିକାରୀ କହୁଛନ୍ତି, ଏନେଇ ଆମ ପାଖରେ କୌଣସି ଖବର ନାହିଁ ।