ଆଇନଜୀବୀଙ୍କୁ ମାଡ ଘଟଣାରେ ୩ ପୋଲିସ ସସପେଣ୍ଡ : ଡିସିପି ମାନିଲେ, ହୋଇଛି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

26

କନକ ବ୍ୟୁରୋ : କଟକରେ ଓକିଲଙ୍କୁ ପୋଲିସର ମାଡ ଘଟଣାକୁ ମାତ୍ରାଧିକ ବୋଲି ମାନିଛନ୍ତି କଟକ ଡିସିପି । ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୨ କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି । ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ମାସେ ଭିତରେ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣା ପ୍ରତିବାଦରେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ । କଟକ ଓ ଭୁବନେଶ୍ୱରରେ ଆଜି ଓକିିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଗତକାଲି ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ । ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ଜରୁରୀକାଳୀନ ୱାର୍ଡରେ ଭର୍ତି କରାଯାଇଛି । ଏହାପରେ ଘଟଣାର ଚାଉଳିଆଗଞ୍ଜ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି ।

ଗତକାଲି ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ୍ତ । ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଚାଉଳିଆଗଂଜ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି । ରିପୋର୍ଟ ମିଳିବା ପରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।