ଇସ୍କନ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ବେଳେ ଖଣ୍ଡଯୁଦ୍ଧ । ଇସ୍କନ ଭକ୍ତଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

29

କନକ ବ୍ୟୁରୋ : ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ସମାଧିକୁ ନେଇ ସଂଘର୍ଷ । ଭୁବନେଶ୍ୱର ଇସ୍କନ୍ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ବେଳେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ । ଇସ୍କନ୍ ଭକ୍ତ ଏବଂ ପୁଲିସ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଧର୍ମଗୁରୁଙ୍କ ସମାଧି ଉଚ୍ଚେଦକୁ ନେଇ ଉତେଜନା ପ୍ରକାଶ ପାଇଥିବା ବେଳେ ବହୁକଷ୍ଟରେ ପ୍ରଶାସନ ଇସ୍କନ୍ ଅଂଚଳକୁ ଜବରଦଖଲ ମୁକ୍ତ କରିଛି ।

ଜଳବନ୍ଦୀରୁ ମୁକ୍ତି ଏବଂ ଜଳନିଷ୍କାସନର ପ୍ରକିୟା ଭିତରେ ଖଣ୍ଡଯୁଦ୍ଧ । ଇସ୍କନ୍ ସମର୍ଥକ ଏବଂ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି । ଭୁବନେଶ୍ୱର ଇସ୍କନ୍ ମନ୍ଦିର ସମ୍ନାରୁ ଜବରଦଖଲ ଉଚ୍ଚେଦ ବେଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି । ଗୋଟିଏ ପଟେ ଭକ୍ତି ଓ ଭାବାବେଗ ଅନ୍ୟ ପଟେ ଜନକଲ୍ୟାଣ ପାଇଁ ଡ୍ରେନେଜ୍ ବ୍ୟବସ୍ଥା । ଏହାରି ଭିତରେ ଇସ୍କନ୍ ଗୁରୁଦେବଙ୍କ ସମାଧି ଉଚ୍ଛେଦକୁ ନେଇ ଦେଖା ଦେଇଛି ପ୍ରବଳ ଉତେଜନା । ଇସ୍କନ୍ ସମର୍ଥକମାନେ ସାମାଧି ଉଚ୍ଛେଦକୁ ବିରୋଧ କରି ସମାଧି ସାମ୍ନାରେ ଭଜନକିର୍ତନ କରିଥିବା ବେଳେ ଏମାନଙ୍କୁ ସେଠାରୁ ଉଠାଇବା ପୁଲିସ୍ ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ପାଲଟିଥିଲା ।

ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିବା ଭୁବନେଶ୍ୱର ଇସ୍କନ୍ ଅଂଚଳ ଶେଷରେ ଜବରଦଖଲ ମୁକ୍ତ ହୋଇଛି । ବିଏମସି ଏବଂ ବିଡିଏର ନୋଟିସ୍ ପରେ ୩ଟି ଜେସିବି ମେସିନ୍ ଲଗାଇ ଇସ୍କନ୍ ମନ୍ଦିର ସାମ୍ନାରେ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରାଯାଇଛି । ଇସ୍କନ୍ କର୍ତୃପକ୍ଷ ପକ୍ଷରୁ ହୋଇଥିବା ବେଆଇନ୍ ନିର୍ମାଣ ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଥିଲା ।ଯାହାକୁ ଉଚ୍ଚେଦ କରାଯାଇଛି ।ଇସ୍କନ୍ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ କରିବା ଏତେଟା ସହଜ ନଥିଲା । କାରଣ ଏହାକୁ ବିରୋଧ କରିବା ପାଇଁ ଆଗେଇ ଆସିଥିଲେ ଇସ୍କନ୍ ସମର୍ଥକ । ମନ୍ଦିର ସାମ୍ନାରେ ଥିବା ସାମଧୀ ସ୍ଥଳକୁ ନେଇ ମୁହାଁମୁହିଁ ସ୍ଥିିତି ଦେଖିବାକୁ ମିଳିଥିଲା ।