ଆଇନଜୀବୀଙ୍କୁ ମାଡ଼ ପରେ ତେଜିଲା ପୁଲିସ-ଓକିଲ ବିବାଦ : ଆଜି ବାର ଆସୋସିଏସନର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

34

କନକ ବ୍ୟୁରୋ : ଘନେଇଲା ପୁଲିସ-ଓକିଲ ବିବାଦ । କଟକରେ ଓକିଲଙ୍କୁ ପୋଲିସର ମାଡ ଘଟଣାକୁ ନିନ୍ଦା କରିଛି ହାଇକୋର୍ଟ ସମେତ ଅନ୍ୟ ବାର ଆସୋସିଏସନ । ଏହାର ପ୍ରତିବାଦରେ ଆଜି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ଡାକରା ଦିଆଯାଇଛି । ଆଇନଜୀବୀଙ୍କୁ ପୋଲିସର ଆକ୍ରମଣ ଘଟଣାକୁ ଭୁବନେଶ୍ୱର ବାର ଆସୋସିଏସନ ଦୃଢ଼ ନିନ୍ଦା କରିଛି । ହାଇକୋର୍ଟ ବାର ଆସୋସିଏସନ ନେଇ୍ଥିବା କାର୍ଯ୍ୟାନୁଷ୍ଠାନକୁ ଭୁବନେଶ୍ୱର ବାର ସମର୍ଥନ ଜଣାଇ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ।

ଗତକାଲି ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ୍ତ । ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ପାଇଁ ଚାଉଳିଆଗଂଜ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ ।