ପୋଲାଭରମ ବିରୋଧରେ ପ୍ରତିବାଦ : ଅକ୍ଟୋବର ୧ରେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ହରତାଲ କରିବ ବିଜେଡି

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ ବିବାଦ ନେଇ ଆନ୍ଦୋଳନ ଜାରି ରଖିଛି ବିଜେଡି । ଏହାକୁ ଆହୁରି ଅଧିକ ଜୋରଦାର କରିବା ନେଇ ଦଳ ରଣନୀତି ପ୍ରସ୍ତୁତ କରିଛି । ପୋଲାଭରମ ପ୍ରକଳ୍ପ ବିରୋଧରେ ବିଜେଡିର ହରତାଲ କରିବ ବୋଲି ଦଳ ଘୋଷଣା କରିଛି । ଆସନ୍ତା ଅକ୍ଟୋବର ୧ରୁ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ହରତାଲ ଡାକରା ଦେଇଛି ଦଳ । ଏନେଇ ସୂଚନା ଦେଇଛନ୍ତି ବିଜେଡିର କନ୍ଧମାଳ ସହ ପର୍ଯ୍ୟବେକ୍ଷକ ତଥା ମୁଖପାତ୍ର ସମୀର ଦାଶ ।